Sports

ସମନ୍ୱୟ ଯୁବବିକାଶ କାଯ୍ୟକ୍ରମ ଅନୁଷ୍ଠିତ

 

 ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ସମନ୍ୱୟ ଯୁବବିକାଶ କାଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ ସାଂସ୍କୃତିକ ପ୍ରତିଯୋଗିତା,ଓ ସାମାଜିକ ସେବା କାର୍ଯକ୍ରମ ପରେ ଆଜି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ପଞ୍ଚଯାତ ସ୍ଥିତ ବେଲଟିକିରି ଆଞ୍ଚଳିକ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି l ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବେଲଟିକିରି ସରପଞ୍ଚ ବଳଭଦ୍ର ସାମଲ , ବିଜେଡି ନେତା ନରୋତ୍ତମ ସାହୁ, ସୁରଜ ମହାପାତ୍ର ଯୋଗଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l ଉଦଘାଟନ ପୂର୍ବରୁ ସ୍ଥାନୀୟ ଶିବ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ଆସି କ୍ରୀଡା ପ୍ରାଙ୍ଗଣ ରେ ସ୍ଥାପନ କରା ଯାଇଥିଲା । ମୁଖ୍ୟଅତିଥି କ୍ରୀଡାପତାକା ଉତ୍ତ୍ଵଳନ କରିବା ପରେ ଛାତ୍ରଛାତ୍ରୀ ମାନେ ଶପଥ ଗ୍ରହଣ କରିଥିଲେ । କଲେଜ୍ ର ଅଧ୍ୟକ୍ଷ ସୁରେଶ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଙ୍କ ସମେତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କ୍ରୀଡା ଉତ୍ସବ ଆଗାମୀ ଶନିବାର ଦିନ ଉଦଯାପିତ ହେବ ।ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ବିକାଶ ଦାସ ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button