ରାଜଧାନୀରେ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଶୁଭାରମ୍ଭ.


ଭୁବନେଶ୍ୱର, ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଜାତୀୟ କଂଗ୍ରେସ ଦଳ ତରଫରୁ ଘରେ ଘରେ ହାତ ଓ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଭୁବନେଶ୍ୱର ମହିଳା କଂଗ୍ରେସ ସଭାନେତ୍ରୀ ତଥା ଏକାମ୍ର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀମତୀ ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି. ବିଏମସି 53ନମ୍ବର ୱାର୍ଡରେ ଥିବା କାର୍ଗିଲ ବସ୍ତିରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତମାନର କଂଗ୍ରେସ ପ୍ରଚାର କମିଟିର ଅଧକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ଯୋଗ ଦେଇ ବସ୍ତି ବାସିନ୍ଦା ମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ଶୁଣିଥିଲେ ଓ ବସ୍ତି ବାସିନ୍ଦା ମାନେ ଦୀର୍ଘ 24ବର୍ଷ ଧରି କିପରି ସରକାରୀ ପ୍ରତାରଣାର ଶିକାର ହେଇଛନ୍ତି ତାହା ବୁଝାଇଥିଲେ. ଭୁବନେଶ୍ୱରରେ 400ରୁ ଅଧିକ ବସ୍ତି ଅଛି ଓ ସେଥିରେ 3ଲକ୍ଷରୁ ଅଧିକ ଲୋକ ବସ ବାସ କରୁଥିବାବେଳେ ସ୍ମାର୍ଟ ସିଟିରେ ସେମାନଙ୍କ ପାଇଁ କୌଣସି ସୁବିଧା ସରକାର କରୁନାହାନ୍ତି, କେବଳ ଜାଗା ମିଶନ ଯୋଜନାରେ ଖଣ୍ଡିଏ ଭୂମି ପ୍ରମାଣପାତ୍ର ଦେଇ ଲୋକମାନଙ୍କୁ ଠକି ଦେଇଛନ୍ତି ସେହି ବିଷୟରେ ବସ୍ତି ବାସିନ୍ଦାଙ୍କୁ ସଚେତନ କରାଇବା ଆମର ଲକ୍ଷ ବୋଲି କହିଛନ୍ତି କଂଗ୍ରେସ ପ୍ରଚାର କମିଟିର ଅଧକ୍ଷ ବିଜୟ ପଟ୍ଟନାୟକ. ସେହିପରି ନକଲି ପ୍ରମାଣପାତ୍ରରେ ଲୋନ ବ୍ୟାଙ୍କ ଦେଉନି କି କେହି ବନ୍ଧକ ରଖି ପଇସା ଦେଉନାହିଁ, ବସ୍ତି ଲୋକଙ୍କୁ ଉନ୍ନତି ରାସ୍ତାରେ ନେବା ସେମାନଙ୍କ ପିଲାମାନେ କିପରି ଭଲ ସ୍ୱାସ୍ଥ୍ୟ, ଶିକ୍ଷା ପାଇବେ ରୋଜଗାର ପାଇବେ ଓ ସ୍ମାର୍ଟ ସିଟିର ସବୁ ସୁବିଧା ସୁଯୋଗ ପାଇବା ପାଇଁ ହକଦାର ହୋଇ ପାରିବେ ସେଥିପାଇଁ ଆଜି ବସ୍ତି ସୁରକ୍ଷା ଅଭିଯାନ ସହ ଘରେ ଘରେ କଂଗ୍ରେସ ବାର୍ତା ପହଂଚାଇବା ପାଇଁ ବିଜୟ ସାରଙ୍କ ଭଳି ପ୍ରଶାସନିକ ଅଭିଜ୍ଞତା ଥିବା ଲୋକଙ୍କ ସହିତ ମିଶି ଲୋକଙ୍କୁ ବୁଝାଇ କଂଗ୍ରସ ଆସିଲେ ବସ୍ତିର ଉନ୍ନତି ପାଇଁ କାମକରିବାକୁ ବଦ୍ଧ ପରିକର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




