Sports

କଣ୍ଟାମାଳ ବ୍ଳକ ଅଇଁଲାଚୁଆଁ ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ।

 

କଣ୍ଟାମାଳ, ୧୬/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଇଁଲାଚୁଆଁ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନନ୍ତ ଚରଣ ପ୍ରଧାନଙ୍କ ତତ୍ତ୍ଵାବଧାନରେ ତଥା ଖେଳ ସଂଯୋଜକ ସହକାରୀ ଶିକ୍ଷକ ପଙ୍କଜ ମେହେରଙ୍କ ନେତୃତ୍ଵରେ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗୀତାରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ଜୁନିଅର ବିଭାଗ ଓ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀର ସିନିଅର ବିଭାଗରୁ ମୋଟ ୩୨୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବାଳକ ଓ ବାଳିକା ଉଭୟ ବିଭାଗରେ ୧୦୦ମି., ୨୦୦ମି. ବୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ,ସର୍ଟ ଫୁଟ ଥ୍ରୋ,ଡିସ୍କସ ଥ୍ରୋ,ବ୍ୟାଡମିଣ୍ଟନ, କ୍ରିକେଟ, ଭଲିବଲ ଆଦି ଖେଳ ପ୍ରତିଯୋଗୀତା ପରେ ୪୬ଟି ବିଭାଗରେ ମୋଟ ୭୨ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଉଦଯାପନୀ ସଭାରେ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ପ୍ରଥମ ଦିବସରେ କ୍ରୀଡା ପ୍ରତିଯୋଗୀତା ଉଦଘାଟନୀ ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ଥାନୀୟ ଶିବ ମନ୍ଦିରରୁ ମଶାଲ ପ୍ରଜ୍ବଳନ କରି ମଶାଲ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରିବା ପରେ କ୍ରୀଡା ମଣ୍ଡପରେ ମଶାଲ ସ୍ଥାପନ କରିଥିଲେ।ତାପରେ ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ ପ୍ରଧାନ କ୍ରୀଡାପତକା ଉତ୍ତୋଳନ କରି ଅନୁଷ୍ଠାନିକ ଭାବେ କ୍ରିଡା ପ୍ରତିଯୋଗୀତା ଉଦଘାଟନ କରିଥିଲେ। ଉକ୍ତ ପ୍ରତିଯୋଗୀତାରେ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ପରିତାପର ବିଷୟ ଓଡିଶା ସରକାର ଉତ୍ତମ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ, ବିକଶିତ ଯୁବ ଖେଳୁଆଡ଼ର ଉପଲବ୍ଧ ପାଇଁ ଆଦର୍ଶ ଭଳି ବିଦ୍ୟାଳୟ ଖୋଲିଛନ୍ତି ସତ..କିନ୍ତୁ ନା ଏଠି ଅଛି ଖେଳପଡ଼ିଆ ନା ଅଛନ୍ତି ଖେଳ ଶିକ୍ଷକ। ତେଣୁ ଅତିଶିଘ୍ର ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଧ୍ୟାନ ଦେବାପାଇଁ ଅନୁରୋଧ କରିଛନ୍ତି ଅଭିଭାବକଗଣ ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button