ନୂଆଁପାଲି ହାଇସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ।


କଣ୍ଟାମାଳ, ୧୬/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତର ନୂଆଁପାଲି ଆଦିବାସୀ ହାଇସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ହାଇସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତିଙ୍କ ତତ୍ତ୍ଵାବଧାନରେ ତଥା ଖେଳ ଶିକ୍ଷକ ଶଶୀଭୂଷଣ ପ୍ରଧାନଙ୍କ ନେତୃତ୍ଵରେ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗୀତାରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀର ମୋଟ ୨୫୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବାଳକ ଓ ବାଳିକା ଉଭୟ ବିଭାଗରେ ୧୦୦ମି., ୨୦୦ମି.,୪୦୦ ମି., ୮୦୦ ମି. ବୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ,ସର୍ଟ ଫୁଟ ଥ୍ରୋ,ଡିସ୍କସ ଥ୍ରୋ ଆଦି ଅନେକ ଖେଳ ହୋଇଥିଲା। ଉଦଘାଟନୀ ଉତ୍ସବରେ ସ୍ଥାନୀୟ କଣ୍ଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ଆନୁଷ୍ଠାନିକ ଭାବେ ଯୋଗ ଦେଇ କ୍ରୀଡା ପତକା ଉଦଘାଟନ କରିଥିଲେ। ଉକ୍ତ ଖେଳ ଗୁଡ଼ିକୁ ସ୍ଥାନୀୟ ଖେଳ ଶିକ୍ଷକ ଶ୍ରୀ ପ୍ରଧାନଙ୍କ ସହ ଘଣ୍ଟାପଡ଼ା ହାଇସ୍କୁଲର ଖେଳ ଶିକ୍ଷୟତ୍ରୀ ମନ୍ଦାକିନୀ ବଗର୍ତ୍ତୀ, ଖୁଣ୍ଟିଗୋରା ହାଇସ୍କୁଲର ସନ୍ତୋଷ ସାହୁ,ବିଗୁନମାଲ ହାଇସ୍କୁଲର ବିଶ୍ଵଜିତ ପ୍ରଧାନ,ରିଙ୍ଗାପଡ଼ା ହାଇସ୍କୁଲର ମୂରଲୀଧର ରଣା ଓ ଉମା ହାଇସ୍କୁଲର ଖେଳ ଶିକ୍ଷକ ଅଜିତ ବିଶି ଖେଳ ପରିଚାଳନା କରିଥିବା ସ୍ଥଳେ ସ୍ଥାନୀୟ ହାଇସ୍କୁଲର ସହକାରୀ ଶିକ୍ଷକ ଜବର ସିଂ ବନଛୋର, ଅନନ୍ତ ଚରଣ ବେହେରା , ପ୍ରତାପ ସିଂ ମାଝୀ,ସନ୍ତୋଷ କୁମାର ସାହୁ, ହରିହର ପ୍ରସାଦ ବେଚଙ୍କ ସମେତ ସମସ୍ତ କମିଚାରୀ ସହଯୋଗ କରିଥିଲେ। ଆସନ୍ତା ବାର୍ଷିକ ଉତ୍ସବରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବା ନେଇ ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତି ପ୍ରକାଶ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




