ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ଉଲୁଣ୍ଡା ୧୩/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଆଜି ରେଆର ସୋନପୁର ତରଫରୁ ଯୁବା ଓଡିଶା ନବୀନ ଓଡିଶା ଅନ୍ତର୍ଗତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ଏକ ଖାଉଟି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ପାଣ୍ଡିଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ମୁଖ୍ୟ ଅତିଥି ଭାବରେ ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ଖାଉଟି ସୁରକ୍ଷା ଆଇନ 2019 ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ତେଜଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଖାଉଟି ଠକେଇ ର ଶିକାର ହେଲେ ଖାଉଟି ଅଦାଲତ ର ଆଶ୍ରୟ ନେଇ ପାରିବେ ବୋଲି କହିବା ସହ ଜିନିଷ କିଣିଲା ସମୟରେ ବିଲ ମାଗିବାକୁ ପରାମର୍ଶ ଦେଇଥିଲେ l ଖାଉଟି ପରାମର୍ଶଦାତା ସୁଦାମ ଗାଇଗରିଆ ଖାଉଟି ପରାମର୍ଶ କେନ୍ଦ୍ର ବିଷୟରେ ସୂଚନା ପ୍ରଦାନ କରିଥିଲେ l ଶେଷରେ ଅଧ୍ୟାପକ ବିଶ୍ୱ ନାଗ ଧନ୍ୟବାଦ ଅର୍ପଣ କରିଥିଲେ lଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




