୬୪ତମ ରାଜ୍ୟସ୍ତରୀୟ ମାଁ ସମଲେଶ୍ଵରୀ ଫୁଟବଲ୍ ଟୁର୍ନାମେଣ୍ଟ ଉଦଯାପିତ । ଟାଟରକେଲାକୁ ହରାଇ ବରଗଡ଼ ଚମ୍ପିଅନ


କଣ୍ଟାମାଳ, ୧୦/୧୨: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ହାଇସ୍କୁଲର ଆଦର୍ଶ ଖେଳ ପଡ଼ିଆରେ ଚାଲିଥିବା ୬୪ତମ ରାଜ୍ୟସ୍ତରୀୟ ମାଁ ସମଲେଶ୍ଵରୀ ଫୁଟବଲ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳରେ ବୌଦ୍ଧ ଜିଲ୍ଲାର ଟାଟରକେଲାକୁ ହରାଇ

ବରଗଡ଼ ଦଳ ଚଳିତବର୍ଷ ଚମ୍ପିଆନ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟାଟରକେଲା ସହିତ ବରଗଡ଼ଦଳ ମଧ୍ୟରେ ଖେଳ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ବରଗଡ଼ଦଳ ଟ୍ରାଇବ୍ରେକର ଜରିଆରେ ୩-୨ ଗୋଲ ବ୍ୟବଧାନରେ ଟାଟରକେଲାକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିଆନଆଖ୍ୟା ଅର୍ଜନ କରିଛି। ରବିବାର ଦୁଇଟି ସେମିଫାଇନାଲ ଖେଳ ହୋଇ ବିଜୟୀ ଦଳ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା ଉକ୍ତ ଉଦଯାପନୀ ଦିବସରେ ହୋଇଥିବା ସମସ୍ତ ମ୍ୟାଚରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ସେହିପରି ଅନ୍ୟତମ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଉପାଧ୍ଯକ୍ଷ ଅଜିତ ସାହୁ, ରାଜ୍ୟ ଯୁବ ବିଜେପି ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ,

ନାରାୟଣପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ଖୁଣ୍ଟିଗୋରା ସରପଞ୍ଚ ପ୍ରତିନିଧି ଧିରୋଜ ଭୋଇ, ଆମ୍ବଗାଁ ସରପଞ୍ଚ ପ୍ରତିନିଧି ପ୍ରତାପ ରଣା, କୁଲୁତାଯୋର ସରପଞ୍ଚ ପ୍ରତିନିଧି ଦୟାବନ୍ତ୍ର ଧରୁଆ, ବରଗାଁ ପଞ୍ଚାୟତ ପ୍ରତିନିଧି ପିନାକ ଧର ରଣା, ବିଜେପି ଆଦିବାସୀ ଘଣ୍ଟାପଡ଼ା ମଣ୍ଡଳ ସଭାପତି ଗୋପିନାଥ କହଁର, ଜମିଦାର ବସନ୍ତ ମାଝୀ, ଘଣ୍ଟାପଡ଼ା ପ୍ୟାକ୍ସ ସଭାପତି ମାନୁ ରଣା, କୁଲୁତାଯୋର ପ୍ୟାକ୍ସ ସଭାପତି ହିମାଞ୍ଚଳ ରଣା, ଶିକ୍ଷାବିତ ମନ୍ଦରଧର ବେହେରା ,ସୁଶାନ୍ତ ମାଝୀ ,ଥାନା ଏସ୍ଆଇ ବିଶ୍ଵାମିତ୍ର ଲୋଇ, ବରିଷ୍ଠ ଓକିଲ ମନୋଜ ଶର୍ମା ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିବା ସଂଗେସଂଗେ ମ୍ୟାଚର ବିଜେତା ଓ ଉପ-ବିଜେତା ଦଳଙ୍କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିବା ସଂଗେସଂଗେ ଉତ୍ତମ ଖେଳାଳୀଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ଉକ୍ତ ମ୍ୟାଚଗୁଡିକୁ ସଂଜୀବ ସାହୁ, ଅଶୋକ ବଗର୍ତ୍ତୀ, ସୁଶାନ୍ତ ନାଏକ ଓ ବିରେନ୍ଦ୍ର ରଣା ଖେଳ ପରିଚାଳନା କରିଥିଲେ। ସେହିପରି ଶିକ୍ଷାବିତ ମନ୍ଦରଧର ବେହେରା , ଦେବେନ୍ଦ୍ର ରଣା ଓ ଅଗସ୍ତୀ ମଲିକ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ପପୁନ ପାଣିଗ୍ରାହୀ ଓ ଯୋଗେଶ୍ଵର ବାଇ ସ୍କୋରର ଦାୟିତ୍ୱ ତୁଲାଇଥିଲେ ଏବଂ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। କମିଟୀ ଉପଦେଷ୍ଠା ଗିରିଧର ଦେହୁରୀ ଓ ମ୍ୟାନେଜର ବସୁଦେବ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଘଣ୍ଟାପଡ଼ା ଏସ.ଏସ. ସ୍ପୋର୍ଟିଙ୍ଗର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




