Sports

୬୪ତମ ମାଁ ସମଲେଶ୍ଵରୀ ଫୁଟବଲ୍ ଟୁର୍ନାମେଣ୍ଟ, ଚତୁର୍ଥ ଦିବସରେ ରାଜାପଡ଼ାକୁ ହରାଇ ସେମିରେ ବରଗଡ଼

କଣ୍ଟାମାଳ,୯/୧୨: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ହାଇସ୍କୁଲ ଆଦର୍ଶ ଖେଳ ପଡ଼ିଆରେ ଚାଲିଥିବା ୬୪ତମ ରାଜ୍ୟସ୍ତରୀୟ ମାଁ ସମଲେଶ୍ଵରୀ ଫୁଟବଲ୍ ଟୁର୍ନାମେଣ୍ଟର ଚତୁର୍ଥ ଦିବସରେ କଳାହାଣ୍ଡିର ରାଜାପଡ଼ାକୁ ହରାଇ ସେମିରେ ବରଗଡ଼ ଦଳ। ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବୌଦ୍ଧର ଗେଲ୍ହା ମାଁ ସହିତ ବରଗଡ଼ଦଳ ମଧ୍ୟରେ ଖେଳ ହୋଇଥିଲା।ଏଥିରେ ବରଗଡ଼ଦଳ ଟ୍ରାଇବ୍ରେକର ଜରିଆରେ ୩-୨ ଗୋଲ ବ୍ୟବଧାନରେ ବୌଦ୍ଧକୁ ପରାସ୍ତ କରି ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ କଳାହାଣ୍ଡିର ରାଜାପଡ଼ା ଓ ସମ୍ବଲପୁର ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ବରାବର ରହିବାରୁ ଉକ୍ତ ମ୍ୟାଚରେ ମଧ୍ୟ ଟ୍ରାଇବ୍ରେକରର ସହାୟତା ନିଆଯାଇଥିଲା।ଏଥିରେ ରାଜାପଡ଼ା ୩-୨ରେ ଗୋଲରେ ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚରେ ବରଗଡ଼ ସହିତ କ୍ଵାଟର ଫାଇନାଲ ଖେଳିଥିଲା। ଉକ୍ତ ମ୍ୟାଚ ମଧ୍ୟ ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଶେଷରେ ଟ୍ରାଇବ୍ରେକରରେ ୩-୨ ଗୋଲରେ ମାତଦେଇ ବରଗଡ଼ଦଳ ଚତୁର୍ଥଦଳ ଭାବେ ସେମିଫାଇନାଲ ଖେଳିବାକୁ ଉନ୍ନିତ ହୋଇ ରବିବାର ଦିନ ଘଣ୍ଟାପଡ଼ା ଦଳ ସହିତ ଖେଳିବ । ଉକ୍ତ ଦିବସରେ ହୋଇଥିବା ସମସ୍ତ ମ୍ୟାଚରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା ଯୋଗଦେଇ ଖେଳାଳୀଙ୍କ ସହିତ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ଶିଳ୍ପପତି କରୁଣାକର ସାହୁ, ନାରାୟଣପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ଜମିଦାର ବସନ୍ତ ମାଝୀ, ଘଣ୍ଟାପଡ଼ା ପ୍ୟାକ୍ସ ସଂପାଦକ କର୍ଣ୍ଣ ରଣା, କୁଲୁତାଯୋର ପ୍ୟାକ୍ସ ସଭାପତି ହିମାଞ୍ଚଳ ରଣା ଓ ସଂପାଦକ ସୁଦାମ ରଣା, ଶିକ୍ଷାବିତ ମନ୍ଦରଧର ବେହେରା ,ସୁଶାନ୍ତ ମାଝୀ ଓ ପଞ୍ଚାନନ କହିଁର , ବରିଷ୍ଠ କଂଗ୍ରେସ ନେତା ଉଚ୍ଛେଇ ବାରିକ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିବା ସଂଗେସଂଗେ ମ୍ୟାଚର ଉତ୍ତମ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ ମ୍ୟାଚଗୁଡିକୁ ସଂଜୀବ ସାହୁ, ଅଶୋକ ବଗର୍ତ୍ତୀ, ସୁଶାନ୍ତ ନାଏକ ଓ ବିରେନ୍ଦ୍ର ରଣା ଖେଳ ପରିଚାଳନା କରିଥିଲେ। ସେହିପରି ଶିକ୍ଷାବିତ ମନ୍ଦରଧର ବେହେରା , ଦେବେନ୍ଦ୍ର ରଣା, ବିରେନ୍ଦ୍ର ଦେହୁରୀ ଓ ଅଗସ୍ତୀ ମଲିକ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ପପୁନ ପାଣିଗ୍ରାହୀ ଓ ଯୋଗେଶ୍ଵର ବାଇ ସ୍କୋରର ଦାୟିତ୍ୱ ତୁଲାଇଥିଲେ ଏବଂ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। କମିଟୀ ଉପଦେଷ୍ଠା ଗିରିଧର ଦେହୁରୀ ଓ ମ୍ୟାନେଜର ବସୁଦେବ ମାଝୀଙ୍କ ସୂଚନାମତେ ରବିବାର ପ୍ରଥମ ସେମିଫାଇନାଲ ଜରାସିଂହା ଓ ଟାଟରକେଲା ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ ଘଣ୍ଟାପଡ଼ା ଏସ.ଏସ. ସ୍ପୋର୍ଟିଙ୍ଗ ମଧ୍ୟରେ ଖେଳାଯାଇ ଉଭୟ ମ୍ୟାଚରେ ବିଜୟୀ ଦଳଙ୍କ ମଧ୍ୟରେ ଫାଇନାଲ ଖେଳାଯିବ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button