Crime

ପରିତ୍ୟକ୍ତ ପୋଖରୀରୁ ଆଜି ମୃତଦେହ ଉଦ୍ଧାର

୩ ତାରିଖରେ ହୋଇଥିଲେ ନିଖୋଜ ଘର ସାମ୍ନାରେ ଥିବା ପରିତ୍ୟକ୍ତ ପୋଖରୀରୁ ଆଜି ମୃତଦେହ ଉଦ୍ଧାର ହୋଇଥିଲା। ଏଭଳି ଦାରୁଣ ଘଟଣା ଦେଖିବାକୁ ମିଳିଛି ନିଆଳି ଥାନା କର୍ସ ଦା ଫାଣ୍ଡି ଅଧିନସ୍ଥା କବିଚନ୍ଦ୍ରପୁର ସେହି ଗ୍ରାମର ପ୍ରକାଶ ସାହୁ ଓରଫ ବୁଲୁସାହୁ ଗତ ୩ ତାରିଖରୁ ନିଖୋଜ ହୋଇଯାଇଥିଲେ। ନେଇ ତାଙ୍କ ପରିବାର ଲୋକେ ପ୍ରଥମେ କର୍ସଦାଫାଣ୍ଡି ରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ ସେଠାରେ ବିଫଳ ହେଲାପରେ ନିଆଳି ଥାନାକୁଆସିଥିଲେ। ନିୟମ ଅନୁଯାଇ ଅଭିଯୋଗ ଟି କର୍ସଦାଫାଣ୍ଡିରେ ହେବ। କଥା ସୁଣି ପୁନଃ ପରିବାରଲୋକେ ଫାଣ୍ଡିକୁ ଯାଇଥିଲେ।ସେଠାରେ ଯାହା ଘଟିଲା ମୃତଙ୍କ ଧର୍ମପନ୍ତ୍ରୀ ଗୀତାଞ୍ଜଳି ସାହୁ ଏବଂ ତାଙ୍କ ଝିଅଙ୍କ ଠାରୁ ଶୁଣିବା—-
………..
ଆଜି ବୁଲୁ ସାହୁଙ୍କ ମୃତଦେହ ଏକ ଆଖିରେ ଭର୍ତ୍ତି ହୋଇ ଘର ସମ୍ପୁଖରେ ଥିବା ପରିତ୍ୟକ୍ତ ପୋଖରୀ ରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ମୃତକଙ୍କ ପରିବାରଙ୍କୁ ଜଣାଇଥିଲେ। ତାଙ୍କୁ ହତ୍ୟା କରି ହାତ ଗୋଡକୁ ବାନ୍ଧି ଆଖିରେ ଭର୍ତି କରି ପୋଖରୀରେ ଫୋପାଡିଦେଇଥିଲେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଖବର ଅନୁଯାଇ ଧାନ କଟା ମେସିନ୍ ବ୍ୟବସାୟକୁ ନେଇ ତାଙ୍କପାଟନର ଙ୍କ ମଧ୍ୟରେ ହିସାବ କିତାବ କୁ ନେଇ ଝଗଡା ହୋଇଥିଲା ବୁଲୁ ରବିବାର ଠାରୁ ନିଖୋଜ ଥିଲେ ।ଆଜି ମତଦେହ ମିଳିବାପରେ ଘଟଣାସ୍ଥଳରେ ନିଆଳି ପୋଲିସ, ଏସଡିପିଓକଟକସଦର, ସାଇନ୍ ଟିପିକ୍ ଟିମ Dog ସ୍କୁଆଡ ପହଞ୍ଚି ତଦନ୍ତ ଆରମ୍ଭ କରିବାସହ ଶବ ଜବଡ କରିଛନ୍ତି। ହତ୍ୟା ସଂଦେହରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।
କଟକ ଜିଲ୍ଲା ନିଆଳି ବ୍ଲକ ରୁ ସେକ ଫୟାଜ ଉଦ୍ଦିନ ସମର୍ଥ ନିୟୁଜ

Related Articles

Back to top button