ସ୍କୁଲ ରେ ସୁନେତ୍ର କାର୍ଯ୍ୟକ୍ରମ

ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ଛତିଆ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି,ଏହି ଶିବିର ରେ ଛତିଆ ଇଛା ନଗର ପାଟଣା ବୈରୀ ଓ ଶକୁନ୍ତଳା ପୁର କ୍ଳ ଷ୍ଟର ଅଧୀନ ରେ ଥିବା ସମସ୍ତ ବିଦ୍ୟାଳୟ ର ଅଧୟନ ରତ ଛାତ୍ର ଛାତ୍ରୀ ଙ୍କର ମୋଟ 291ଜଣଙ୍କ ଆଖି ପରୀକ୍ଷା

କରାଯାଇଥିଲା, ତା ମଧ୍ୟରୁ 4ଜଣ ଙ୍କୁ ଉର୍ନତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ କୁ ରେଫର କରାଯାଇଥିବା ବେଳେ 42ଜଣଙ୍କୁ ଚଷମା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଅଛି, ବଡ଼ଚଣା BEO ସବିତା ସାହୁ ଙ୍କ ତତ୍ୱା ବଧାନ ରେ ଆୟୋଜିତ ଶିବିର ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଚକ୍ଷୁ ସହାୟକ ବିଶ୍ୱ ରଞ୍ଜନ ମଲିକ ଅଜୟ କୁମାର ଦାଶ ଦେବାଶିଷ ରାଉତ ରାଜଲଷ୍ମୀ ସ୍ୱାଇଁ BRP ରଶ୍ମି ରେଖା ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କର ଚକ୍ଷୁ ପରୀକ୍ଷା କରିଥିଲେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ CRCC ରଶ୍ମି ରଞ୍ଜନ ଷେଣ୍ଢ ବିଜୟିନୀ ନନ୍ଦ ତିଲତମା ଜେନା ଗୀତିଧାରା ପୃଷ୍ଟି ଓ ନବକିଶୋର ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




