Sports

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ

 

 -ଆଜି ରିଜର୍ଭ ପୋଲିସ ପଡିଆ, ଢେଙ୍କାନାଳ ରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ହେଇଯାଇଛି l ଏଥିରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଯୋଗଦେଇ କହିଥିଲେ ଯେ ଦିବ୍ୟାଙ୍ଗ ମାନେ ସ୍ରଷ୍ଟାଙ୍କ ଅନନ୍ୟ ସୃଷ୍ଟି l ସେମାନଙ୍କ ଭିତରେ ଅନେକ ପ୍ରତିଭା ରହିଛି l ସେମାନେ ସାଧାରଣ ଲୋକଙ୍କ ଠୁ ଅଧିକ ପ୍ରତିଭାଵାନ l ଏହି ଅବବସରରେ 10 ଜଣ ଦିବ୍ୟାଙ୍ଗଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ସହ 15 ଜଣ ଦିବ୍ୟାଙ୍ଗ ଙ୍କୁ ତିନି ଚକିଆ ସାଇକେଲ ଦିଆଯାଇଥିଲା l ଏହା ସହ 4 ଜଣ ଦିବ୍ୟାଙ୍ଗଙ୍କୁ ବାହାହେଇଥିବା 4 ଜଣ ଶାରୀରିକ ସୁସ୍ଥ ଲୋକଙ୍କୁ ଅଥବା 4 ଟି ଦିବ୍ୟାଙ୍ଗ ସୁସ୍ଥ ଦମ୍ପଦିଙ୍କୁ ମୋଟ2.5 ଲକ୍ଷ ବିଵାହ ସହାୟତା ରାଶି ପ୍ରଦାନ କରାଯିଇଥିଲା l ଏହି ପ୍ରରିପ୍ରେକ୍ଷୀ ରେ ଦିବ୍ୟାଙ୍ଗ ମାନଙ୍କ ପାଇଁ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦିଲ୍ଲିପ କୁମାର ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଡି. ଏସ. ଏସ. ଓ ଶ୍ରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ଜିଲ୍ଲା ଶିକ୍ଷା

ଅଧିକାରୀ ଶ୍ରୀମତୀ ବିନୀତା ସେନାପତି, ଦୃଷ୍ଟିହୀନ ବିଦ୍ୟାଳୟରା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଦିବାକର ସାହୁ,ଅକ୍ଷମ କଲ୍ୟାଣ ସମିତିର ରା ସଂପାଦକ ଶ୍ରୀ ବିଶ୍ୱନାଥ ବେହେରା,ଜିଲ୍ଲାର ବିଭିନ୍ନ ବ୍ଲକ ଓ 4 ଟି ଦିବ୍ୟାଙ୍ଗ ବିଦ୍ୟାଳର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button