Sports

ମସିଣାଗୋରା ଶିଶୁ ମନ୍ଦିରରରେ ଷଷ୍ଠ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

 

କଣ୍ଟାମାଳ : ୦୪/୧୨ ; (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଷଷ୍ଠ ବାର୍ଷିକ କ୍ରୀଡା ଉତ୍ସବ ଇତି ମଧ୍ୟରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଖମଣଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତପସ୍ୱିନୀ ଜାନି ଦୀପ ପ୍ରଜ୍ବଳନ କରି କ୍ରିଡ଼ା ଉତ୍ସବରେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ , ପରିଚାଳନା କମିଟୀର ସଂପାଦକ ଭକ୍ତ ସାହୁ, ସଦସ୍ୟ ଗିରିଧାରୀ ଖଟୁଆ , କୋଷାଧ୍ୟକ୍ଷ ମନ୍ଦରଧର ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସେହିପରି ମୁଖ୍ୟବକ୍ତାଭାବେ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା ଯୋଗଦେଇ ଶିକ୍ଷା ସହିତ କ୍ରୀଡାର ଆବ୍ୟଶକତା ରହିଥିବା ନେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟା ସଂଧ୍ୟାରାଣୀ ମନହିରା ମଞ୍ଚ ପରିଚାଳନା କରିଥିଲେ । ଏହି କ୍ରୀଡାରେ ୧୯୦ ଜଣ ଶିଶୁ ଭାଇ ଭଉଣୀ ଉପସ୍ଥିତ ରହି ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ ଭାଗନେଇଥିଲେ। ୧୦୦ ମି. ,୨୦୦ ମି. ଓ ୪୦୦ ମି.ର ଦୌଡ଼ , ରଙ୍ଗ ଦୌଡ଼, କଦଳୀ ଦୌଡ଼ , ବେଙ୍ଗ ଦୌଡ଼, ଅଙ୍କ ଦୌଡ଼ , ବେଲୁନ ଫଟା , ଧାନ ସଂଗ୍ରହ , ରଙ୍ଗ ଦେବା ପ୍ରତିଯୋଗିତା କରାଯାଇଥିଲା।କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସଂପାଦକ ଭକ୍ତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।ଆଚାର୍ଯ୍ୟା ବେଦମତୀ କୁଦେଇ ,ମମିତା ରଣା, ଅଙ୍କିତାଶ୍ରୀ ମହାରଣା, ଝରଣା ପ୍ରଧାନ,ଆଚାର୍ଯ୍ୟ ରୋଶନ ସାହୁ, ସୁଶାନ୍ତ ମାଝୀ, ଶ୍ରୀକାନ୍ତ କୁଦେଇ ,ସେବିକା ସୁରୁସୂତା ଭୋଇ ,ବାହନ ଚାଳକ ରାଜକୁମାର ରଣା ତଥା ପରିଚାଳନା କମିଟୀର ସମସ୍ତ କାର୍ଯ୍ୟକର୍ତ୍ତା ଅଭିଭାବକ ଉପସ୍ଥିତ ରହି ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button