ଜୀବନ ବିନ୍ଦୁ ଆନୁକୂଲ୍ୟରେ ୨ହଜାରରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ।


ବଡ଼ଚଣା,୩।୧୨,(ନି; ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବଡ଼ଚଣା ନିର୍ବାଚନ ମଣ୍ଡଳୀ ର ୬ ଗୋଟି ସ୍ଥାନ ରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋ ଇ ଥିଲା। ଏହି ରକ୍ତ ଦାନ୍ କାର୍ଯ୍ୟକ୍ରମ କୁ ରାଜ୍ୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଆବାହକ ଅରୂପ

ପଟ୍ଟନାୟକ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଙ୍କ ସମେତ ଆଦିତ୍ୟ ଶତପଥି ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନରୁ ରକ୍ତଦାତା ମାନେ ପହଂଚି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ମୋଟ ୬ ଗୋଟି ସ୍ଥାନରେ ୨ ହଜାରରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିବା ବେଳେ, ଛତିଆ ହାଡ଼ିଦାସ ମହାବିଦ୍ୟାଳୟ ରେ ହୋଇ ଥିବା ଶିବିରରେ ୨୪୭ ରକ୍ତ ସଂଗ୍ରହ

ହୋଇ ଥିବା ବେଳେ, ବଡ଼ଚଣା ଶିବିରରେ ୩୫୧, ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ୨୦୦ ରୁ ଉର୍ଦ୍ଧ୍ୱ, ବାବା ଭୈରବା ନନ୍ଦ ମହାବିଦ୍ୟାଳୟ ରେ ୨୦୦ ରୁ ଉର୍ଦ୍ଧ୍ୱ, ବାଲିଚନ୍ଦ୍ରପୁର ର ଦୁଇ ଗୋଟି ଶିବିରରେ ରକ୍ତ ସଂଗ୍ରହ ହୋଇ ଥିବା ବେଳେ, ଭଦ୍ରକ ରକ୍ତ ଭଣ୍ଡା ର ଓ ଢେଙ୍କାନାଳ ରକ୍ତ ଭଣ୍ଡାରର ପକ୍ଷରୁ ମେଡିକାଲ ଟିମ୍ ପହଞ୍ଚି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ। ଆଗାମୀ ଦିନରେ ଜେଉଁଭଳି ରକ୍ତ ଭଣ୍ଡାର ରେ ରକ୍ତ ର ସଙ୍କଟ ଦେଖା ନ ଦିଏ ସେ ନେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କୁ ହାତକୁ ନିଆ ଯାଉଛି ବୋଲି ଅଥିତି ମାନେ ମତ ବ୍ୟକ୍ତ କରି ଥିଲେ। ଛତିଆ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ସଂଯୋଜକ ବାସୁଦେବ ସ୍ବାଇଁ,ମନୋଜ ସାମଲ,କମଳା କାନ୍ତ ସ୍ୱାଇଁ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଭାଗ୍ୟ ଧର ମଲ୍ଲିକ, ଛତିଆ ସମିତି ସଭ୍ୟ ଦୀପକ୍ ସାହୁ,ଶରତ ପାଣିଗ୍ରାହୀ,ଗିରିଶ ପାତ୍ର, ବିପିନ୍ ବିଶ୍ଵାଳ,ସରୋଜ ସିଂ, ବରିଷ୍ଠ ସମାଜ ସେବୀ ମାଧବାନନ୍ଦ ମହାପାତ୍ର,ସୋଲର ସରପଂଚ ବିଜୟ ସ୍ୱାଇଁ, ସମିତି ସଭ୍ୟ ସଞ୍ଜୟ ବେହେରା, ନେଳିଆ ସରପଂଚ ଜୟନ୍ତୀ ସ୍ୱାଇଁ,କପିଳ ରାଉତ, ଧୀରେନ୍ଦ୍ର ନାଥ, ଜୁଗଳ କିଶୋର ଖିଲାର,ସୁରଜିତ ସାହୁ, ଅଜୟ ବିଶ୍ଵାଳ ପ୍ରମୁଖ ନେତୃତ୍ୱ ନେଇ ଥିବା ବେଳେ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପକ କଳ୍ପତରୁ ନାୟକ, ଚକ୍ରଧର ନାୟକ,ସ୍ଵର୍ଣ୍ଣ ଭଦ୍ରା ମିଶ୍ର ଓ କର୍ମଚାରୀ ସରୋଜ ସିଂ ପ୍ରମୁଖ ସହଯୋଗ କରିଥିଲେ। ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




