Health

ଯାମୁମାଳ ଠାରେ ରକ୍ତଦାନ ଶିବିର !

 

କଣ୍ଟାମାଳ,୩।୧୨ (ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଯାମୁମାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଅଞ୍ଚଳର ଯୁବ ସଂଗଠନର ଉଦ୍ୟମ କ୍ରମେ ଅନୁଷ୍ଠିତ ଶିବିରରେ ମୋଟ ରେକର୍ଡ ୭୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଶ୍ରୀକାନ୍ତ ମିଶ୍ର ଯୋଗ ଦେଇଥିବା ବେଳେ ଶିମିଳିପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ,ଓମ୍ ପ୍ରକାଶ ମିଶ୍ର, ଅନିଲ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକଭାବେ ଶିବିରକୁ ଉଦଘାଟନ କରିଥିଲେ।ଆରମ୍ଭ ଅନୁଷ୍ଠାନର ଅଧ୍ୟକ୍ଷ ଯଦୁ ବିହାରୀ ବାଘ,ଅନଙ୍ଗ

ପ୍ରଧାନ,ସୁନିଲ ପାଢ଼ୀ,ଗୋବିନ୍ଦ ନାଏକ,ସଞ୍ଜୀବ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବଇଜୁ ସାହୁ,ବିବେକାନନ୍ଦ ମେହେର, ନରେନ୍ଦ୍ର ବାରିକ,ସାମନ୍ତ କମ୍ପ,ପ୍ରଶାନ୍ତ କ୍ଷେତୀ, ମଣ୍ଟୁ ପ୍ରଧାନ,ଦୀପକ ପାଢ଼ୀ,ଧର୍ମୁ ଦେବତା, ରିଙ୍କୁ କର୍ଣ୍ଣ ,ଅନିତା ଦେବତା, ସଙ୍ଗୀତା ସୋନି,ଅନୁପମା ନାଏକ ପ୍ରମୁଖ ରକ୍ତଦାନ କରିଥିଲେ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button