ରକ୍ତ ଦାନ ଶିବିର


ବୌଦ୍ଧ-03/12 -(ହୃଦାନନ୍ଦ ମେହେର )-ଆଜି ସମ୍ବାଦ, ଆମ ଓଡିଶା ଓ ମୋ ସ୍କୁଲ ଅଭିଯାନ କମିଟିର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲକ୍ଷ୍ମୀପ୍ରସାଦ(ନାରାୟଣ ନଗର )ଠାରେ ଦିନ ସକାଳ 10 ଘଣ୍ଟା ସମୟରେ ଅନୁଷ୍ଠିତ ହେବ। ମୁଖ୍ୟ ଅତିଥି ଶ୍ରୀମତୀ କଳ୍ପନାରାଣୀ ସାହୁ, ଜ଼ିଲ୍ଲା ପରିଷଦ ସଭ୍ୟା (ଜୋନ -6),ସମ୍ମାନୀତ ଅତିଥି :ଶ୍ରୀମତୀ ଉର୍ମିଳା ଝାଙ୍କର, ଜ଼ିଲ୍ଲା ପରିଷଦ ସଭ୍ୟା (ଜୋନ -5), ଶ୍ରୀ ବିଦ୍ୟାଧର ସ୍ୱାଇଁ, ପୂର୍ବତନ ସରପଞ୍ଚ, ମୁଣ୍ଡାପଡା, ଶ୍ରୀ ରାଜେନ୍ଦ୍ର ମେହେର, ପୂର୍ବତନ ସରପଞ୍ଚ, ଲକ୍ଷ୍ମୀପ୍ରସାଦ, ଶ୍ରୀ ରତ୍ନାକର ନାଏକ, ସରପଞ୍ଚ, ତେଲିବନ୍ଧ, ଶ୍ରୀ ବିକ୍ରମ ମହାନନ୍ଦିଆ, ସମାଜସେବୀ, ଶ୍ରୀ ପିଣ୍ଟୁ ମିର୍ଦ୍ଧା, ସମିତିସଭ୍ୟ, ଲକ୍ଷ୍ମୀପ୍ରସାଦ, ଶ୍ରୀ ସୁନୀଲ କୁମାର ସେଠୀ, ସମିତିସଭ୍ୟ, ତେଲିବନ୍ଧ। ଏଥିରେ ସହଯୋଗ କରୁଛନ୍ତି ଓଡିଶା ଡ୍ରାଇଭର ସଙ୍ଘ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ, ମାଁ ଅର୍ଣ୍ଣପୂର୍ଣ୍ଣା ଇଣ୍ଡିଆନ ଗ୍ରାମୀଣ ବିତରକ, ଲକ୍ଷ୍ମୀପ୍ରସାଦ, ଗଣେଶ ପୂଜା କମିଟି,(ଦୈନିକ ବଜାର ଓ ହରିବଂଶ ଛକ) । ମୋ ସ୍କୁଲ ଅଭିଯାନ ଓ ସମ୍ବାଦ -ଆମ ଓଡିଶା ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରନ୍ତୁ ଏବଂ ରକ୍ତଦାନ କରନ୍ତୁ ଜୀବନ ବଞ୍ଚାନ୍ତୁ।
ଯୋଗାଯୋଗ-ଶ୍ରୀ ନବକିଶୋର ମେହେର (9777478047),ଶ୍ରୀ ଦେବକିଶୋର ସାହୁ(9937787985),ଶ୍ରୀ ସୋମନାଥ ବେହେରା (7205929684),ଶ୍ରୀ ବିଶ୍ୱନାଥ ମେହେର(7077392370),
ଶ୍ରୀ ଅରୁଣ କୁମାର ମେହେର(8018778281)
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




