ବ୍ୟାପକ ମଦ ଜବତ ସହ ୨ଜଣକୁ ଗିରଫ କଲା ଅବକାରୀ ବିଭାଗ


କଣ୍ଟାମାଳ , ୦୨|୧୨( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ଟି ପୃଥକ୍ ମାମଲାରେ ବ୍ୟାପକ ମଦ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ଦେଶି ମଦ ଜବତ କରିଥିବା ବେଳେ ଘଟଣାରେ ଜଣକୁ ଗିରଫ କରାଯାଇଛି | ଜବତ ଦେଶି ମଦର ପରିମାଣ ୧୨ଲିଟର ହୋଇଥିବା ବେଳେ ସଂପୃକ୍ତ ମାଫିଆ ତପନ କମ୍ପ(୫୩)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୧୩୯/୨୩ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ଥିବା ଜଣା ପଡିଛି | ସେହିଭଳି କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଘଣ୍ଟାପଡା ଥାନା ଅନ୍ତର୍ଗତ ଟପର୍ଣ୍ଣା ଗ୍ରାମରେ ଚଢ଼ାଉ କରାଯାଇ ୨୬ଲିଟର ବିଦେଶୀ ମଦ ଜବତ କରିଥିବା ବେଳେ ବସନ୍ତ ରଣା(୨୭) ନାମକ ଜଣେ ଯୁବକକୁ ଗିରଫ କରିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୧୪୦/୨୩ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି |
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




