ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ବିଶ୍ଵ ଏଡ୍ସ ଦିବସ ପାଳିତ. I ସଞ୍ଜମତା ରହିଲେ ଏଡ୍ସ ଭଳି ରୋଗରୁ ମୁକ୍ତି ପାଇବା – ଡା. ତ୍ରୀପାଠି


କଣ୍ଟାମାଳ, ତା୧/୧୨: (ପ୍ରଭାତ କୁମାର ସାହୁ)ଡିସେମ୍ବର ୧ ତାରିଖ ବିଶ୍ଵ ଏଡ୍ସ ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜର ସଭାଗୃହରେ ୟୁଥ ରେଡକ୍ରସର ସଂଯୋଜକ ଅଧ୍ୟାପକ ସୁନିଲ ଗୁରୁଙ୍କ ତତ୍ତ୍ଵାବଧାନରେ ଅଧ୍ୟକ୍ଷ ଗିରିଧର ବେହୁରୀଙ୍କ ଅଧକ୍ଷତାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କାହ୍ନା ପ୍ରକାଶ ତ୍ରୀପାଠୀ ଯୋଗଦେଇ ଏଡ୍ସ ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।ମୋଟା ମୋଟି ଭାବେ ସଞ୍ଜମତା ରକ୍ଷା କଲେ ଏଡ୍ସ ଭଳି ଭୁତାଣୁ ଜନିତ ରୋଗରୁ ମୁକ୍ତି ପାଇ ପାରିବା ବୋଲି ବକ୍ତବ୍ୟ ରଖିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ କଲେଜର ଅଧ୍ୟାପକ ରବିନ୍ଦ୍ର ପ୍ରଧାନ, ପରିଚାଳନା କମିଟୀ ସଭାପତି କାର୍ତ୍ତିକେଶ୍ଵର ବେହେରା ପ୍ରମୁଖ ଉପସ୍ଥିତ ରହି ଏଡ୍ସ ଉପରେ ସଚେତନତା କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




