Sports

ବିଶ୍ୱ ଏଡ୍ସ ଦିବସରେ ନର୍ଲା ୟୁଥ ଅର୍ଗାନାଇଜେସନ ତରଫରୁ ମିନି ମାରାଥନ ପ୍ରତିଯୋଗୀତା

କଲାହାଣ୍ଡି ଜିଲ୍ଲା‍‍‌ : ନର୍ଲାରେ ପ୍ରତିବର୍ଷ ଡିସେମ୍ବର ୧ ବିଶ୍ୱ ଏଡ୍ସ ଦିବସ ଅବସରରେ ମିନି ମାରାଥନ ରେସ ଅନୁଷ୍ଠିତ ହୋଇଆସୁଛି । ଗତବର୍ଷ ଅସୁରଗଡ ଛକରୁ ନର୍ଲା ଚାରିଛକ ଯାଏଁ ଏହା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଶୁକ୍ରବାର ଡିସେମ୍ବର ୧ ସକାଳ ୭.୩୦ ସମୟରେ ବାଗପୁର ଠାରୁ ନର୍ଲା ଚାରିଛକ ଯାଏଁ ୬ କିମି ଧରି ଏହି ମାରାଥନ ଡୌଡ ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ତଥା ଆଖପାଖ ଅଞ୍ଚଳର ୬୨ ଜଣ ଯୁବକ ଯୁବତୀ ସାମିଲ ହୋଇଥିଲେ । ନର୍ଲା ୟୁଥ୍ ଅର୍ଗାନାଇଜେସନ ସଭାପତି ଦୀପୁ ପାତ୍ର ଏହି ଆୟୋଜନର ନେତୃତ୍ୱ ନେଇଥିବା ବେଳେ ମୂଖ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ମୃତ୍ୟଞ୍ଜୟ ନାଗ, ସୁବୋଧ ମିଶ୍ର, ଲୁଲୁ ପଟ୍ଟନାୟକ,ସୁମନ୍ତ ରଣା, କ୍ଷେତ୍ରମୋହନ ସାହାଣୀ, ମୋହିତ ମିଶ୍ର, ହିମାଂଶୁ ମେହେର, ଭକ୍ତରାମ ଦୁର୍ଗା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ ଓ ବାଗପୁର ସରପଞ୍ଚ ଗୋପାଳ ହାତୀ ନାରୀକେଳ ଭାଙ୍ଗି ପୂଜା କରି ନାଲି ଫିତା କାଟିବା ପରେ ଗଣ ଦୌଡ ଆରମ୍ଭ ହୋଇଥିଲା । ଏହି ସମୟରେ ରାସ୍ତାରେ ଆସୁଥିବା ଭାରିଜାନ ଗୁଡିକୁ ଦୁଇପଟେ ନର୍ଲା ପୋଲିସ ଅଟକ ରଖି ମାରାଥନ ଦୌଡ କାର୍ଯ୍ୟକ୍ରମ କୁ ସରଳ ଓ ସୁବିଧା କରିବାରେସହାୟକ ହୋଇଥିଲା । ଗଣ ଦୌଡ଼ରେ ସୁମନ୍ତ ମିର୍ଦ୍ଧା ସମ୍ବଲପୁର ପଙ୍କଜ ରଣା ପ୍ରଥମ ହୋଇଥିବା ବେଳେ, କାର୍ଲ।ମୁଣ୍ଡାର ଦିନେଶ କୁମାର ରାଉତ ଦ୍ଵିତୀୟ ସ୍ଥାନ, ନୂଆପଡା ନେତ୍ରମଣି ଶବର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କେସିଙ୍ଗା ଘାସିରାମ ବୋରା ଚତୁର୍ଥ ସ୍ଥାନ ଓ କୋରାପୁଟର ଜଣେ କ୍ରୀଡ଼ାବିତ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ।

ସକାଳ ୯ ଘଣ୍ଟା ସମୟରେ ନର୍ଲା ଚାରି ଛକରେ ଏକ ପୁରସ୍କାର ବିତରାଣୀ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେଡି ଜିଲ୍ଲା ଉପସଭାପତି ସାରଦା ପ୍ରସନ୍ନ ସ୍ୱାଇଁ, ସମ୍ମାନିତ ଅତିଥି ଭାବରେ ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ନର୍ଲା ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ପ୍ରମୁଖ ଯୋଗଦାନ କରି ଏଡ୍ସ ଓ ସଡକ ସୁରକ୍ଷା ସପ୍ତାହ ପାଳନ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ମିନି ମାରାଥନ ପ୍ରତିଯୋଗୀତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ୫୦୦୦ ଟଙ୍କା ନଗଦ ପୁରସ୍କାର ରାଶି, ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୩୦୦୦, ତୃତୀୟ କୃତି ପ୍ରତିଯୋଗୀଙ୍କୁ ୨୦୦୦ ଟଙ୍କା ପ୍ରଦାନ କରିଥିବା ବେଳେ ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ହଳେ ଲେଖାଏଁ ବୁଟ ପ୍ରଦାନ କରାଯାଇଥିଲା । ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର କ୍ରୀଡା ଶିକ୍ଷକ ନାରାୟଣ ପଧାନ ଓ ସରିଆଁ ସ୍କୁଲର କ୍ରୀଡା ଶିକ୍ଷକ ସୁଧୀର ରାଉତ ଗଣଦୌଡ ପରିଚାଳନା କରିଥିଲେ । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button