ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ବିଶ୍ଵ ଏଡସ୍ ଦିଵସ


ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର +୨ ଏବଂ +୩ ବିଭାଗର ଯୁବ ରେଡକ୍ରସ ଓ ରେଡ୍ ରିବନ କ୍ଲବ ଏବଂ ନୂଆ ଓଡିଶା ଯୋଜନା ତରଫରୁ ବିଶ୍ଵ ଏଡ୍ ସ୍ ଦିବସ ମହl ଧୁମ୍ ଧାମରେ ପାଳିତ ହୋଇଯାଇଛି l ପ୍ରଥମରେ ଛାତ୍ରଛାତ୍ରୀମାନେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ନୂଆ ସାହି ବସ୍ତି ଅଞ୍ଚଳ ରେ ପହଁଚି ସେଠାରେ ସଚେତନତା ସ୍ରୁଷ୍ଟି କରିଥିଲେ l ଏହି ଶୋଭାଯାତ୍ରା କୁ ପରିଚାଳନା କରିଥିଲେ ଯୁବ ରେଡ୍ କ୍ରସ୍ ସମ୍ପାଦକ ଅଧ୍ଯାପକ ଡଃ ପ୍ରବୀର କୁମାର ଦାସ l ଏଥିରେ ସହଯୋଗ କରିଥିଲେ ଅଧ୍ୟାପକ ଡଃ ଦାଶରଥି ବିଶ୍ଵାଳ, ପ୍ରକାଶ ଚନ୍ଦ୍ର ମେହେର ଓ ଅଧ୍ୟାପିକା ଡ. ରତ୍ନପ୍ରଭା ବାରିକ ଓ ଅଧ୍ୟାପିକl ବlସନ୍ତି ପଧାନ ତାପରେ ମହାବିଦ୍ୟାଳୟ ପଡିଆ ରେ ଏଜ ମାନବ ଶୃଙ୍ଖଳ ତିଆରି କରିଥିଲେ l ଶେଷରେ ଏଜ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସେଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଉପରେ ଡଃ ମଦନ ମୋହନ ପ୍ରଧାନ ଯୋଗଦେଇ ଏଡସ୍ ର କାରଣ ଓ ନିରାକରଣ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଂଯମତା ରକ୍ଷା କରିବାକୁ ଅନୁରୋଧ କରିଥିଲେ l ସଭାରେ ସଭାପତି କରି ଅଧ୍ୟାପକ ପ୍ରବୀର ଦାସ ବୌଦ୍ଧ ଜିଲ୍ଲାରେ ୭0 ରୁ ଉର୍ଦ୍ଧ ଏଡ୍ ସ୍ ରୋଗୀ ଅଛନ୍ତି ବୋଲି ତଥ୍ୟ ପ୍ରଦାନ କରିଥିଲେ ଏବଂ ସଚେତନତା ହିଁ ଏହାର ଉପଚାର ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ୨00 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ l ଅଧ୍ୟାପିକl ରତ୍ନପ୍ରଭା ବାରିକ ଶେଷରେ ଧନ୍ଯବାଦ୍ ପ୍ରଦାନ କରିଥିଲେ l ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ୍




