Crime

କଣ୍ଟାମାଳ, ଦେଉଳଡୁଙ୍ଗୁରୀସ୍ଥିତ ଦୋକାନ ଆଗରୁ ବାଇକ ଚୋରି

 

କଣ୍ଟାମାଳ ତା୧/୧୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ଦିନକୁଦିନ ଚୋରି ବଢିଚାଲିଥିବା ବେଳେ ଥମିବାର ନାଆ ନେଉନାହିଁ l ଗତ ରାତିରେ ଦେଉଳଡୁଙ୍ଗୁରିସ୍ଥିତ ଜନୈକ ବ୍ୟକ୍ତିଙ୍କ ଦୋକାନ ସମ୍ମୁଖରୁ ଏକ ବାଇକ ଚୋରି ହୋଇଥିବା କଣ୍ଟାମାଳ ଥାନାରେ ହୋଇଥିବା ଅଭିଯୋଗରୁ ଜଣାଯାଇଛି l ସୂଚନାମତେ କଣ୍ଟାମାଳ ଥାନା ଦେଉଳଡୁଙ୍ଗୁରିର ସଂଜୀବ ମିଶ୍ର (୩୧)ବୁଧବାର ରାତି ପ୍ରାୟ ସାଢେ ନଅ ଘଣ୍ଟା ସମୟରେ ନିଜ ଦୋକାନ ସମ୍ମୁଖରେ ଗ୍ଲେମର ବାଇକ ନମ୍ବର ଓଡି ୨୭-୬୭୦୪ଟିକୁ ହ୍ୟାଣ୍ଡେଲ ଲକ କରି ରଖିଥିଲେ l ଗୁରୁବାର ଭୋର ୪ଟାରେ ଉଠି ଦେଖିବାରୁ ଗାଡିଟି ନ ଥିଲା l ଚାରିଆଡେ ଖୋଜା ଖୋଜି ପରେ ବାଇକ ନ ମିଳିବାରୁ କଣ୍ଟମାଳ ଥାନାରେ ଏତଲା ଦେଇଥିଲେ l ତେବେ ସେହି ସ୍ଥାନରେ ଗୋଟିଏ ଟିଭିଏସ ସ୍ପୋର୍ଟସ ବାଇକ ଥିବା ଦେଖିବାକୁ ମିଳିଥିଲା l ସନ୍ଦିଗ୍ଧ ବାଇକଟି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପୁଞ୍ଜିମୁଣ୍ଡା ଗ୍ରାମର ହାଡୁ ଦଳବେହେରାଙ୍କ ପୁଅ ନରେନ୍ଦ୍ର ଦଳବେହେରାଙ୍କ ବୋଲି ଅନୁସନ୍ଧାନରୁ ଜଣାପଡିଛି l ଏତଲାକୁ ଭିତ୍ତି କରି ତଦନ୍ତ ଜାରି ରଖିଥିବା କଣ୍ଟାମାଳ ଥାନାଧିକାରୀ ଗୋପୀନାଥ ପ୍ରଧାନ ପ୍ରକାଶ କରିଛନ୍ତି l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button