Health

ବାଉଁଶୁଣି ହାଇସ୍କୁଲରେ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର।

ବୌଦ୍ଧ-୩୦-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ବ୍ଲକ ବୌଦ୍ଧ ସ୍ତରୀୟ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଁଳାପାଲି, ବହିରା, ଡିମିରିପାଲି, ଦହ୍ୟା ଆଦି କ୍ଲଷ୍ଟର ଅଧିନସ୍ଥ ୪୮ ଟି ବିଦ୍ୟାଳୟର ୨୦୩ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥିରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ଡା. ବଲ୍ଲଭ ପ୍ରଧାନ, ଡା. ସନ୍ତୋଷ ବରାଳ, ଡା. ଅର୍ନ୍ତଯ୍ୟାମୀ ନାଏକ ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗ ଦେଇ ଚକ୍ଷୁ ପରୀକ୍ଷା କରିଥିଲେ। ଶିବିରରେ ବୌଦ୍ଧ ଏବିଇଓ ପ୍ରବୀର ରଥ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଆରପି, ଆଇଇଭି ଓ ସମସ୍ତ ସିଆରସିସି ଉପସ୍ଥିତ ଥିଲେ। ହାଇସ୍କୁଲ ପ୍ରଧାନ ଶିକ୍ଷକ ହୃଦାନନ୍ଦ ଜାଲଙ୍କ ତତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଓ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button