Health

କଲରାକୋଠାରେ ରକ୍ତଦାନ ଶିବିର, ୨୧ ୟୁନିଟ ରକ୍ତ ସଂଗ୍ରହ

କଣ୍ଟାମାଳ:୩୦/୧୧(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଲରାକୋଠାଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଆମ ଓଡିଶା ଏବଂ ୟୁଥ ଫ୍ରେଣ୍ତସ ଏସୋସିଏସନର ମିଳିତ ସହଯୋଗରେ ଅନୁଷ୍ଠିତ ଶିବିରରେ ମୋଟ ୨୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ (ବବି) ରଥ,ବରିଷ୍ଠ କଂଗ୍ରେସ

ନେତା ପ୍ରଶାନ୍ତ କୁମାର ସାହୁ,ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ତଥା ସୋନପୁର ମ୍ୟୁନିସିପାଲିଟିର ପୂର୍ବ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ,ସମାଜସେବୀ ଶ୍ରୀକାନ୍ତ ମିଶ୍ର ପ୍ରମୂଖ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକଭାବେ ଶିବିରକୁ ଉଦଘାଟନ କରିଥିଲେ l ପରେ ରକ୍ତଦାତାଙ୍କୁ ପ୍ରଶଂସା କରି ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା )ର ଉପଦେଷ୍ଠା ଜୟକୁମାର ମହାରଣା, ସଂପାଦକ ପୂର୍ଣ୍ଣ ଚରଣ ସାହୁ, ସାମ୍ବାଦିକ ସଂଘ,କଣ୍ଟାମାଳର ସଦସ୍ୟ ଜଗଦାନନ୍ଦ ମହାପାତ୍ର, ଏସୋସିଏସନର ସଭାପତି ପ୍ରଫୁଲ୍ଲ ସାହୁ, ପ୍ରତିଷ୍ଠାତା ସଦସ୍ୟ ଶକ୍ତି ପ୍ରସାଦ ନାଏକ,ଯୁବ ଆଇନଜିବୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆରମ୍ଭର ସଭାପତି ଯଦୁବିହାରୀ ବାଘ,’ଆରମ୍ଭ’ ଅନୁଷ୍ଠାନର ସଂପାଦକ ଉମେଶ ରଣା ,ଏବଂ ଆମେ ସାଂସ୍କୃତିକ ପରିଷଦର ସଂପାଦକ ରାଜ କିଶୋର ବାଘ, ସଦସ୍ୟ ଧିରେନ୍ଦ୍ର ସାହୁ ପ୍ରମୂଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ l ବଲାଙ୍ଗିର ଜିଲ୍ଲା ମୁଖ୍ୟ ରକ୍ତଭଣ୍ଡାରର ଡାକ୍ତର ଓ ଟେକନିସିଏନ ରକ୍ତ ସଂଗ୍ରହ କରିଥିବା ସ୍ଥଳେ ବାସୁଦେବ ଷାଣ୍ଢ, ଅରୁଣ ମାହାର,ବାବୁ ରଣା,ରଶ୍ମି ରଞ୍ଜନ କୁଦେଇ ପ୍ରମୁଖ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button