Crime

ବିଦ୍ୟୁତ ତାର ଚୋରି କରି ଟାଟା ଏସି ସହ ୩ ଗିରଫ ।


ଜାଜପୂର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଚଣା ଓ ଛତିଆ ବିଦ୍ୟୁତ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା କର୍ମଚାରୀ ସେହି କାର୍ଯ୍ୟାଳୟରୁ ତାର ଓ ଲୁହା ଆଙ୍ଗେଲ ଚୋରି କରି ପୋଲିସ ହାତରେ ଧରାପଡ଼ିଥିବା ଘଟଣା ଜଣା ପଡ଼ିଛି।
ସୂଚନା ଥାଉ କି, ବଡ଼ଚଣା ଥାନା ଓ ବୈରୀ ଥାନା ଅନ୍ତର୍ଗତ ୩ ଜଣ ଯୁବକ ନି ଜେ ବିଦ୍ୟୁତ୍ କାର୍ଯ୍ୟାଳୟ ରେ ଚାକିରୀ କରି ଥିଲେ। ଦୈନିକ ବିଭିନ୍ନ ଜିନିଷ ପତ୍ର ଚୋରି ହେଉଥିବା ଜାଣିବା ପରେ ବଡ଼ଚଣା ବିଦ୍ୟୁତ ବିଭାଗର ଅଧିକାରୀ ଗୋପାଳ କୃଷ୍ଣ ମହାପାତ୍ର ବଡ଼ଚଣା ଥାନାରେ ଲିଖତ ଅଭିଯୋଗ କରିଥିଲେ । ଏହାକୁ ନେଇ ବଡ଼ଚଣା ଥାନାଅଧିକାରୀ ୩୬୭/ ୨୩ରେ ଏକ ଚୋରିମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଗିରଫ ଆସାମୀ ହୋଇ ଥିବା ବଡ଼ଚଣା ଥାନା ଖଇରା ଗ୍ରାମର ଆଲୋକ ରଂଜନ ମହାରଣା (୩୪)କୁ ପ୍ରଥମେ ଧରିଥିଲେ । ତାଙ୍କ ବୟାନ ଅନୁଯାୟୀ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ । ଅନ୍ୟ ଅଭିଯୁକ୍ତମାନେ ହେଲେ ବୈରୀ ଥାନା ଗୋପାଳପୁର ଗ୍ରାମର ଧନେଶ୍ଵର ପ୍ରଧାନ (୩୦) ଓ ରଂଗିଦାସପୁର ଗ୍ରାମର କଳ୍ପତରୁ ରାଉତ (୨୪) । ଫେରାର ଥିବା ଅନ୍ୟ ୫ଜଣଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଥାନାଅଧୂକାରୀ ଶରତ ଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଚୋର ମାନେ ଏକ ଟାଟା ଏସିରେ କାର୍ଯ୍ୟାଳୟରେ ଥିବା ତାର ଲୁହ ପାଇପ୍ ଗୁଡ଼ିକୁ କଟରରେ କାଟି ବିଳମ୍ବିତ ରାତ୍ରିରେ ଚୋରୀ କରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ । ଚୋରୀରେ ବ୍ୟବହୃତ ହୋଇଥିବା ଟାଟା ଏସି ଗାଡ଼ି ଓ ଚୋରି ହୋଇଥିବା ତାର ପୋଲିସ ଜବତ କରିଛି । ତେବେ ଅନ୍ୟ ସଂମ୍ପୃକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ବଡ଼ଚଣା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button