Crime

୪୧ନଂ ରାଜ୍ୟ ରାଜପଥ ଶୋଚନୀୟ, ଖରାପ ରାସ୍ତା ପାଇଁ ଘଟୁଛି ଦୁର୍ଘଟଣା

 

କଣ୍ଟାମାଳ,୨୪।୧୧(ପ୍ରଭାତ କୁମାର ସାହୁ): କଣ୍ଟାମାଳ ବ୍ଲକ ଆମ୍ବଗାଁ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ l ଆହତ ବ୍ୟକ୍ତି ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ରେକଡୋଲ ଗ୍ରାମର ପୁରୁନ୍ଦ୍ର ଜାନି(୫୫)ବୋଲି ଜଣା ପଡିଛି l ସୂଚନାମତେ ଏକ ବାଜାଜ ପ୍ଲାଟିନା ଗାଡି ନଂ. (ଓଆର ୦୩ଜି ୪୪୫୦) ଯୋଗେ ଖୁଣ୍ଟିଗୋରା ପାର୍ଶ୍ୱରୁ ଘଣ୍ଟାପଡା ଦିଗ ଅଭିମୁଖେ ଯାଉଥିଲେ l ଆମ୍ବଗାଁ ଠାରୁ କୁରୁକୁପା ଛକ ମଧ୍ୟରେ ୪୧ନଂ ମନମୁଣ୍ଡା – ସିନ୍ଧିଗୋରା ରାଜ୍ୟ ରାଜପଥ ପୋଲ ଉପର ଛାତର ଧଡି ଉପରେ ଚକ ମାଡ଼ ହୋଇଥିବାରୁ ବାଇକ ଦୁର୍ଘଟଣା ହୋଇଥିଲା l ଫଳରେ ବ୍ୟକ୍ତି ଜଣକ ଭାରସାମ୍ୟ ହରାଇ ବାଇକରୁ ଛିଟିକି ପଡ଼ିଥିଲେ l ଦୁର୍ଘଟଣାରେ ମୁହଁର ଚାରିଆଡେ ଖଣ୍ଡିଆ ହେବା ସହ ପ୍ରବଳ ରକ୍ତସ୍ରାବ ହେଉଥିଲା l ମାନବ ସେବା ସଦନ ସ୍ବେଛାସେବୀ ସଙ୍ଗଠନର ସଂପାଦକ ବଂଶୀଧର ମାଝୀ ଘଟଣାସ୍ଥଳରେ ପହଞ୍ଚି ଘଣ୍ଟାପଡା ପୋଲିସକୁ ଖବର ଦେବା ସହ ସମାଜସେବୀ ଋଷି ରଣାଙ୍କ ସହାୟତାରେ ଆମ୍ବୁଲାନ୍ସ ଜରିଆରେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ଗୁରୁତର ଆହତ ହୋଇଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସାପରେ ଡାକ୍ତର ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି lସେଠାରେ ଡାକ୍ତର ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ପ୍ରକାଶଯୋଗ୍ୟ ରାସ୍ତାର ଅବସ୍ଥା ଏପରି ଉକ୍ତ ସ୍ଥାନରେ ପୂର୍ବରୁ ଅନେକ ଦୁର୍ଘଟଣା ହୋଇଥିଲେ ମଧ୍ୟ ଆଖି ବୁଜିଦେଇଛି ପୂର୍ତ୍ତ ବିଭାଗ। ଏହି ରାସ୍ତା ଆମ୍ବଗାଁ- ଖୁଣ୍ଟିଗୋରା-ସିନ୍ଧୁଗୋରା ମଧ୍ୟରେ ଅନେକ ସ୍ଥାନରେ ଅତି ଶୋଚନୀୟ ହୋଇପଡିଛି l ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି l ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେଇ ମରାମତି କରିବାକୁ ସାଧାରଣରେ ଦାବି ହେଉଛି l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button