Crime

ସାତ ଜଣ କୁଖ୍ୟାତ ଅପରାଧୀକୁ ଗିରଫ କଙ୍କଡାହାଡ ଥାନା ପୋଲିସ l

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚୋରି ରାହାଜାନି,ଡକାୟତି, ଓ ବିଭିନ୍ନ ସଂସ୍ଥା ରୁ ବଟି ଆଣିବା ପାଇଁ ହତ୍ୟା ଧମକ ଆଦି ଘଟଣା ରେ ସମ୍ପୃକ୍ତି ଥିବା ପୋଲିସ ନିକଟରୁ ସୂଚନା ମିଳିଛି l ଅପରାହ୍ନ ରେ ଢେଙ୍କାନାଳ କାମାକ୍ଷାନଗର ଥାନା ପରିସରରେ ସମ୍ୱାଦିକ ସମ୍ମିଳନୀ ରେ ଆଡିସନାଲ ଏସପି ସୂଚନା ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ଆଡିସନାଲ ଏସପି ସୂର୍ଯ୍ୟ ମଣି ପ୍ରଧାନ,ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ କଙ୍କଡ଼ାହାଡ଼ ଥାନା ଅଧିକାରୀ କଳ୍ପନା ବେହେରା,କାମାକ୍ଷାନଗର ଥାନା ଅଧିକାରୀ ଶରତ କୁମାର ମହାଳିକ

ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠି ପ୍ରମୁଖ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଅଭିଯୁକ୍ତ ଙ୍କ ମଧ୍ୟରେ ସଦର ଥାନା ଆନ୍ତର୍ଗରତ ଶଙ୍କର ପୁର ସିପୁନ ସାହୁ (23),ମହୁଲ ପୁଞ୍ଜି ଗ୍ରାମର ସରୋଜ ନାୟକ (26),ଗଂଜେଇ ଡ଼ିହି ଗ୍ରାମର ସୁଜିତ କୁମାର ନାୟକ,ଶଙ୍କର ପୁର ଗ୍ରାମର ରଂଜିତ ରାଉତ,ଶଙ୍କର ପୁର ଗ୍ରାମର ପପୁ ରାଉତ,କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପାଇକ ବରାତି ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରା,ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମର ସମକାର ସେଠି l ତାଙ୍କ ଠାରୁ ଏକ ଟି ପିସ୍ତଲ ଗୋଟିଏ ରିୟାଜ କାର ଗୋଟିଏ ପଲସର,ଦୁଇଟି କାତି,ଛ ଟି ମୋବାଇଲ କିଛି ଅଫୁଟା ବମ,ଓ ଦୁଇଟି ଲଙ୍କା ଗୁଣ୍ଡ ପକେଟ ଜବଦ ହୋଇଛି l ଉତ୍ତରା ଅଂଚଳ ଡିଆଜି ଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପାଞ୍ଚୋଟି ସ୍କ୍ୱାଡ଼ ଗଠନ କରି ଢେଙ୍କାନାଳ ଜିଲ୍ଲା ସମେତ କେନ୍ଦୁଝର ,ମୟୁରଭଞ୍ଜ,ଜାମସେଦପୁର,କଟକ,ଅନୁଗୁଳ ଏମାନେ ଏହି ଅଂଚଳ ଆଦି ଅଂଚଳ ରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି l ଏବଂ କଙ୍କଡ଼ାହାଡ଼ ରେ ଦୁଇଟି ମାମଲା ରହିଛି l ଏଥିରେ ଅନ୍ୟ ଅଭିଯୁକ୍ତ ସମ୍ପୃକ୍ତି ଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଙ୍କୁ ବହୁତ ଶୀଘ୍ର ଗିରଫ କରିବା ନେଇ ଆଡିସନାଲ ଏସପି ସୂଚନା ଦେଇଛନ୍ତି l

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍

Related Articles

Back to top button