Crime

ଅଜଣା ବ୍ୟକ୍ତି ଙ୍କ ମୃତଦେହ ଗଗୁଆ ଓ ଚଉଦ କୁଲାଟ ରାସ୍ତା ସାଇଟି ଗଛରେ ଝୁଲୁଛି

ଆଜି ସକାଳୁ ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଗୋଗୁଆ ଚୌଦକୁଲାଟ ରାସ୍ତାର ମଝିରେ ଏକ ଗଛରେ ଝୁଲୁରହିଛି ଜଣେ ଅଜଣା ବ୍ୟକ୍ତି ଙ୍କ ମୃତଦେହ।ପାଖରେ ଏକ ବଜାଜ ର ମୋଟର ସାଇକେଲ ରହିଛି।ମୋଟରସାକଲ ଗାଡି ନମ୍ବର OR05 AT 6322 ,ଗଛ ମୁଳରେ ଚପଲ ରହିଥିବା ବେଳେ ଗଛ ତଳେ ଠିପି ଖୋଲା ଯାଇଥିବା ଏକ ପ୍ଲାଷ୍ଟିକ ବୋଟଲ ପଡିଛି।ଗାଡ଼ି ହାଣ୍ଡାଲରେ ହେଲମଟ୍ ମଧ୍ୟ ରହିଛି।ଏହାକୁ ଦେଖିବାପାଇଁ ଶହ ଶହ ଲୋକଙ୍କ ଭିଡ ଲାଗିଥିଲା।ପରେ ଘଟଣା ସ୍ଥଳରେ ଚଉଦକୁଲାଟ ଫାଣ୍ଡି ପୋଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି।ଗାଡି ନମ୍ବର ରୁ ଏହା ରାଉଲକେଲା ର ସେକ୍ଟର 18 ର ରାଜକିଶୋର ରାଉତ ବୟସ ୫୦ ହୋଇଥିବା ବେଳେ ଦକ୍ଷିଣ ଧାମରା ଭଦ୍ରକ ରେ ରହୁଥିବା ଅସ୍ଥାୟୀ ବାସିନ୍ଦା ବୋଲି ତାଙ୍କ ଡାଇଭିଙ୍ଗ୍ ଲାଇସେନ୍ସ ରୁ ଜଣା ପଡିଛି।ଭଉଣୀ ର ଦୁଃଖ ସହିପାରୁନି, ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଗାଡ଼ି ଡିକି ରୁ ପୋଲିସ ଜବତ କରିଥିବା ମୃତକ ର ମୋବାଇଲ ର ଓ୍ବାଲ ପେପର ରେ ଲେଖା ହୋଇଥିବା ପୋଲିସ ଦେଖିବା କୁ ପାଇଛି।ଭଦ୍ରକ ଓ ସୁନ୍ଦରଗଡ଼ ରାଉରକେଲା ପୋଲିସ କୁ ଜଣାଇଦିଆଯାଇଛି।ଘଟଣା ସ୍ଥଳରେ ଚଉଦକୁଲାଟ ଫାଣ୍ଡି ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି।ଏନେଇ ପୋଲିସ ର ପ୍ରତିକ୍ରିୟା ମିଳିନଥିବା ବେଳେ ସ୍ଥାନୀୟ ବାସିନ୍ଦା କଣ କହୁଛନ୍ତି ଶୁଣନ୍ତୁ……

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ(ସମର୍ଥ ନିୟୁଜ )*

Related Articles

Back to top button