କଣ୍ଟାମାଳରେ ଚୋର ତସ୍କରଙ୍କ ଦୌରାତ୍ମ୍ୟ ବୃଦ୍ଧି, ନିରବଦ୍ରଷ୍ଟା ସାଜିଛିପୋଲିସ ବିଭାଗ


କଣ୍ଟାମାଳ, ତା ୧୩ /୧୧ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ଦିନକୁ ଦିନ ଚୋର ତସ୍କରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି l ପୋଲିସ ପକ୍ଷରୁ ଢ଼ିଲା ପେଟ୍ରୋଲିଙ୍ଗ ବ୍ୟବସ୍ଥା ଯୋଗୁଁ ଦିନକୁଦିନ ଚୋର ତସ୍କର ଓ ଲୁଟେରାମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି l ମିଳିଥିବା ସୂଚନାନୁସାରେ ଗତ ରବିବାର ରାତିରେ କଣ୍ଟାମାଳ ମୁଖ୍ୟ ଜନଗହଳି ପୂର୍ଣ୍ଣ ରାସ୍ତା ପାର୍ଶ୍ୱରେ ଥିବା କଣ୍ଟାମାଳ ତହସିଲଦାରଙ୍କ ସରକାରୀ ବାସଭବନରୁ ଦୁର୍ବୃତ୍ତମାନେ ତାଲାଭାଙ୍ଗି ଇନଭର୍ଟର ଓ ଦାମୀ ସମ୍ବଲପୁରୀ ଶାଢ଼ୀ ସହ କିଛି ଟଙ୍କା ଚୋରି କରିଥିବା ନେଇ ତହସିଲଦାର ସୁଶ୍ରୀ ଶ୍ଵେତପଦ୍ମା ଯୋଶୀ କଣ୍ଟାମାଳ ଥାନାରେ ଏତଲା ଦେଇଥିବା ଜଣାଯାଇଛି l ସେହିପରି ବିଡମ୍ବନାର କଥା ଗତ ଦଶ ଦିନ ପୂର୍ବେ ଏହି ଘର ତାଲା ଭାଙ୍ଗି ପୂର୍ବତନ ତହସିଲଦାର କର୍ଣ୍ଣ ମଲିକଙ୍କ ଏକ ଟିଭି ଚୋରି ହୋଇଥିବା ସେ ମୌଖିକ ଭାବେ ଥାନାରେ ଅଭିଯୋଗ କରିଥିଲେ l ଗତ ୭ତାରିଖ ଦିନ ଖଲିଆପାଲି ହାଇସ୍କୁଲର ତାଲା ଭାଙ୍ଗି ଏକ ଇନଭର୍ଟର ଚୋରି ହୋଇଥିଲା l ଗତ ଅକ୍ଟୋବର ମାସରେ ବନ୍ଧପାଲି ଶ୍ରୀରାମ ମନ୍ଦିର ହୁଣ୍ଡି ତାଲା ଭାଙ୍ଗି ହୋଇଥିବା ଟଙ୍କା ଚୋରି ଭଳି ଘଟଣା କ୍ରମାଗତ ଭାବେ ବଢିଚାଲିଛି l ଫଳରେ ସାଧାରଣ ଧନ ଜୀବନର ସୁରକ୍ଷାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ସୁରକ୍ଷା ଦୃଷ୍ଟିରୁ ରାତ୍ରିକାଳୀନ କଡ୍ଡା ପେଟ୍ରୋଲିଙ୍ଗ ବ୍ୟବସ୍ଥା ପାଇଁ ସାଧାରଣରେ ଦାବୀ ହେଉଛି l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




