Health

ଆଜି ଡୁଙ୍ଗୁରିପାଲି ଠାରେ ଭୀମ ଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଛି ।

 

 ଆଙ୍କର -ଆଜି ଡୁଙ୍ଗୁରିପାଲି ଠାରେ ଭୀମ ଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଛି।‌ଏହି ଶିବିର ରେ ପ୍ରାୟ ପାଞ୍ଚ ସହ ଭିନ୍ନଷମ ଯୋଗ ଦେଇଥିଲେ। ଏଥିରେ ଯେଉଁ ଭିନ୍ନକ୍ଷମ ବ୍ୟକ୍ତି ହୁଈଲ ଚେୟାର,ଆଶା ବାଡି,ଟ୍ରାଇ ସାଇକେଲ,ଶ୍ରବଣ ଯନ୍ତ୍ର ଆଦି ସହାୟକ ଉପକରଣ ଆବଶ୍ୟକ ଅଛି । ସେମାନେ ଭିନ୍ନକ୍ଷମ ପ୍ରମାଣ ପତ୍ର ଧରି ଉକ୍ତ ଶିବିର ରେ ପଞ୍ଜୀକରଣ କରିବେ ।ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତି କୁ ଚିହ୍ନଟ କରି ଅନ୍ୟ ଶିବିର ମାଧ୍ୟମରେ ସହାୟତା ପ୍ରଦାନ କରାଯିବ।ଏହି ଭିନ୍ନକ୍ଷମ ଶିବିର ରେ ଭିନ୍ନକ୍ଷମ ପାଇଁ ମଧୁବାବୁ ଭତ୍ତା, ଜାତୀୟ ସାମାଜିକ ସୁରକ୍ଷା ଯୋଜନା,ବଣୀଶ୍ରୀ ମେଧାବୃତ୍ତି ଯୋଜନା, ଜାତୀୟ ମେଧାବୃତ୍ତି ଯୋଜନା, ଭିନ୍ନକ୍ଷମ ବିବାହ ପ୍ରସୋହନ ଯୋଜନା, ଭିନ୍ନକ୍ଷମ

ସହାୟକ ଗୋଷ୍ଠୀ ଯୋଜନା , ଚାକିରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ସୁବିଧା, ଭିନ୍ନକ୍ଷମ କୁ ଉଚ୍ଚ ଶିକ୍ଷା ପାଇଁ ମେଧାବୃତ୍ତି ଯୋଜନା ରହିଛି।ଏହି ଭୀମ ଭୋଇ ଭିନ୍ନକ୍ଷମ ଶିବିର କୁ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧଷା ସୁପାରା ଠେଲା ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧଷ ବେଲାର ସାହୁ ଯୋଗ ଦେଇଥିଲେ,ବିଡ଼ିଓ ରୋହିତ ଭୋଇ,ଏବିଡିଓ ଆନନ୍ଦ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ।

ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button