ବେକରେ ଓଢଣି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା।


ଉମରକୋଟ -୦୫-୦୩-୨୩-(ଆପ୍ର)- ଘର ଭିତରେ ବେକରେ ଓଢଣି ବାନ୍ଧି ଫେନରେ ଝୁଲି ପଡ଼ିଲେ ଯୁବକ।ଗତକାଲି ରାତିରେ ବାରଟା ରେ ଯୁବକ ଏହି କାଣ୍ଡ କରିଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦ ର ଗୁଲି ପାଟଣା ସାହିରେ। ମୃତ ଯୁବକ ଜଣକ ହେଲେ ରାମପ୍ରସାଦ ମାଦଳା (୩୬)। ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ହେବ ଯୁବକ ଙ୍କ ମାନସିକ ସ୍ଥିତି ଠିକ ନଥିଲା।ରାମ ଫେନ ରେ ଝୁଲୁଥିବା ଦେଖ ପରିବାର ଲୋକେ ଓଲ୍ଲାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। କିନ୍ତୁ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।ଏନେଇ ରାମ ଙ୍କ ବଡ଼ ଭାଇ ଆଜି ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରିଥିଲେ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।
ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ News




