Health

ତୁଳସୀ ଗଛ ର ମ।ହାତ୍ମା

 ତୁଳସୀ ଚଉରା ପ୍ରତ୍ୟେକଙ୍କ ଘର ଅଗଣାରେ ରହିଥାଏ। କାରଣ ଏହା ଘରର ପରିବେଶକୁ ପବିତ୍ର କରିବା ସହ ଗୃହରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରାଇଥାଏ। କୌଣସି କାମରେ ଘରୁ ବାହାରିବା ସମୟରେ ତୁଳସୀ ଚଉରା ମୂଳେ ମୁଣ୍ଡିଆ ମାରି ଗଲେ କାମଟି ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି। କେବଳ ମୁଣ୍ଡିଆ ମାରି ନୁହେଁ ତୁଳସୀ ମୂଳର ମାଟିକୁ ବି ମୁଣ୍ଡରେ ଲଗାଇ ବାହାରକୁ ଗଲେ ଶୁଭ ହୋଇଥାଏ। ଏପରିକି କୁହାଯାଏ, ଛୋଟ ପିଲାଙ୍କ ମୁଣ୍ଡରେ ତୁଳସୀ ମାଟି ଲଗାଇଲେ ସେମାନଙ୍କୁ କାହାରି ଖରାପ ନଜର ଲାଗେନାହିଁ। ତା’ଛଡ଼ା ତୁଳସୀ ଗଛର ଅନେକ ଔଷଧୀୟ ଗୁଣ ବି ଅଛି। ଯେଉଁ ବ୍ୟକ୍ତି ପ୍ରତିଦିନ ସୁଧପୂତ ହୋଇ ମାତ୍ର ୭ଟି ତୂଳସୀ ପତ୍ର ଚୋବାଇ ଖାଇଥାନ୍ତି, ତାଙ୍କୁ ଥଣ୍ଡା, କାଶ, କଫ ଜନିତ ରୋଗ ପ୍ରାୟତଃ ହୁଏନାହିଁ। କେବଳ ସେତିକି ନୁହେଁ, ଉକ୍ତ ବ୍ୟକ୍ତିଙ୍କଠାରେ ଉଦର ଜନିତ ରୋଗ ବି ଖୁବ୍‌ କମ୍‌ ଦେଖାଯାଇଥାଏ ବୋଲି ବିଶ୍ୱାସ ରହିଛି। ଘରର ଡାହାଣପଟେ ତୁଳସୀ ବଗିଚା କରିବା ଅତ୍ୟନ୍ତ ଶୁଭ ଅଟେ।

Related Articles

Back to top button