Health

ସମାଜସେବା ର ଆଉ ଏକ ଉଦାହରଣ ସବୁରି ପାଖରେ ବ୍ୟାସ ଫାଉଣ୍ଡେସନ !

 କୁଜଙ୍ଗ :- ସମାଜରେ ବଡ ଅସହିଷ୍ଣୁ ଅକର୍ମଣ୍ୟ ମଣିଷର ଦୁଃଖ ! ନିଜେ ବଞ୍ଚିବାକୁ ବାରଦୁଆର ଶୁଣ୍ଢୀପିଣ୍ଡା ହେବାକୁ ପଡେ ! କିଏ ଦେଲା କିଏ ବା ନଦେଲେ ସେଥିକି ଖାତିର ନକରି ଅକର୍ମଣ୍ୟ ଅଙ୍ଗକୁ ଘୋଷାରି ଘୋଷାରି ଘର ଠାରୁ ମନ୍ଦିର ବୁଲିବୁଲି ମାଗିବାକୁ ପଡେ ! ବାବୁ ଟଙ୍କାଟିଏ ଦିଅନ୍ତୁ ! ମା’ ମୁଠେ ଭିକ ଦିଅ କହି କହି ପାଟି ଘୋଳେଇ ହୋଇଯାଏ ! ଏପରି ଏକ ଦୁଃଖୀ ମଣିଷ ହେଉଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନସ୍ତ ପୋତାନଈ ପଞ୍ଚାୟତର ବାଇଳ ଗ୍ରାମର ସ୍ବର୍ଗତ ଗଙ୍ଗାଧର ସ୍ୱାଇଁ ଙ୍କ ପୁଅ ୩୫ ବର୍ଷୀୟ ଡୋରା !ମାନସିକ ବିକୃତ ଡୋରା , ଅକର୍ମଣ୍ୟ ଗୋଡ ରେ ବାଡି ଟିଏ ଧରି , ଘୁସୁରି ଘୁସୁରି ଗାଁ ମନ୍ଦିର ଘୁରି ବୁଲେ ପେଟ ପୋଷିବାକୁ ! ଏହି ବ୍ୟକ୍ତିଙ୍କ ବିଷୟରେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ବାଇଳ ଗ୍ରାମର ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି, ପ୍ରାଧ୍ୟାପକ ଉତ୍ତମ କୁମାର ଦାସ, ଓ ପୋତାନଇ ର ସରପଞ୍ଚ ବ୍ରଜକିଶୋର ମହାରାଜ ! ଡୋରାର କରୁଣ କାହାଣୀ ଶ୍ରୀମତୀ ଆଚାର୍ଯ୍ୟ ଙ୍କୁ ପ୍ରଭାବିତ କରିବାରୁ ସହାୟତା ନିମନ୍ତେ ଉତ୍ସାହିତ ହୋଇଗଲେ ! ଜଗତସିଂହପୁର କୁର୍ତ୍ତାଙ୍ଗ ସ୍ଥିତ ତ୍ରିନାଥ ଜରାଶ୍ରମର ପ୍ରତିଷ୍ଠାତା ଆଦର୍ଶ ଶିକ୍ଷକ ନିରଞ୍ଜନ ଜେନା ଙ୍କ ସହିତ ଯୋଗାଯୋଗ କରି ୨୭/୧୦/୨୩ ଶୁକ୍ରବାର ଦିନ ଡୋରା କୁ ଅବସ୍ଥାପିତ କରାଇଥିଲେ ! ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକଙ୍କ ସହାୟତା ରେ ଗୋଟିଏ ହୁଇଲ ଚେୟାର ମଧ୍ୟ ଡୋରା କୁ ଦିଆଇ ଥିଲେ !ଦରଦୀ ହୃଦୟ ନିରଞ୍ଜନ ବାବୁ ଡୋରା ପାଇଁ ଏକ ଶୌଚାଳୟ ସଂଲଗ୍ନ ଶୟନଘର ର ବ୍ୟବସ୍ଥା କରାଇଥିଲେ ! ତେବେ ଏହି ଅସହାୟ ଓ ଭିନ୍ନକ୍ଷମ ଡୋରା ର ଥଇଥାନ ପାଇଁ ସମାଜସେବୀ ପ୍ରତାପ ଚନ୍ଦ୍ର ମହାନ୍ତି , ପ୍ରାଧ୍ୟାପକ ଉତ୍ତମ କୁମାର ଦାସ ଓ ପୋତାନଇ ସରପଞ୍ଚ ବ୍ରଜ କିଶୋର ମହାରାଜ ପ୍ରମୁଖ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସହଯୋଗ କାମନା କରିଥିଲେ ।ଏହି ଅବସ୍ଥାପିତ କାର୍ଯ୍ୟରେ ପଣ୍ଡିତ ଡକ୍ଟର ସିଦ୍ଧେଶ୍ୱର ପଣ୍ଡା ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା!

Related Articles

Back to top button