Health
ମହାନତା ଦେଖାଇଲେ ବୌଦ୍ଧ ତହସିଲଦାର,ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ କଲେ ଭର୍ତ୍ତି ।

ମହାନତା ଦେଖାଇଲେ ବୌଦ୍ଧ ତହସିଲଦାର,ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ କଲେ ଭର୍ତ୍ତି ।

ବୌଦ୍ଧ -21-10-(ହୃଦାନନ୍ଦ ମେହେର )-ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ସମୟରେ ୱlରଲେସ ଛକ ନିକଟରେ ମାଷ୍ଟର କଲୋନୀର ଦୁର୍ବାଦଲ ସାହୁ ନିଜ ପିଲାଙ୍କୁ ଟିୟୁସନରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ହଟାତ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିବା ବେଳେ ଘଟଣା ସ୍ଥଳରେ ଶ୍ରୀ ସାହୁ ତଳେ ପଡିଯାଇ ଆହତ ହୋଇଥିଲେ । ଏହି ସମୟରେ ବୌଦ୍ଧ ତହସିଲଦାର ପ୍ରୀତିବାଲା ରଣା ସେହି ବାଟଦେଇ ଯାଉଥିବା ବେଳେ ଦୁର୍ଘଟଣା ଦେଖି ଗାଡି ଅଟକାଇ ଥିଲେ ଏବଂ ସଂଗେ ସଂଗେ ଦୁର୍ଘଟଣା ଗ୍ରସ୍ତ ଶ୍ରୀ ସାହୁଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଜ ଗାଡ଼ିରେ ବସାଇ ବୌଦ୍ଧ ମେଡ଼ିକାଲ ନେଇଥିଲେ । ଏଭଳି ମହାନତା ପାଇଁ ସାଧାରଣରେ ତହସିଲଦାରଙ୍କୁ ପ୍ରଶଂସା କରାଯାଇଛି ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




