ପିଟି ପିଟି ମାରିଦେବା ଘଟଣାର ୨୫ ଦିନ ଭିତରେ ୩ ଜଣଙ୍କୁ ଗିରଫ କଲା ପୁଲିସ। ମୂଖ୍ୟ ଆସାମୀ ଏବେ ବି ଫେରାର

ପିଟି ପିଟି ମାରିଦେବା ଘଟଣାର ୨୫ ଦିନ ଭିତରେ ୩ ଜଣଙ୍କୁ ଗିରଫ କଲା ପୁଲିସ। ମୂଖ୍ୟ ଆସାମୀ ଏବେ ବି ଫେରାର ।

କଣ୍ଟାମାଳ, ତା.୨୦/୧୦ (ପ୍ରଭାତ କୁମାର ସାହୁ)ଗତ ସେପ୍ଟେମ୍ବରେ ୨୩ ତାରିଖ ସଂଧ୍ୟାର ଘଟଣା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧୀନ ଓ ଘଣ୍ଟାପଡ଼ାର ପୋଡ଼ାପଦର ଛକରେ ବାକବିତଣ୍ଡାରେ ସୋନପୁର ଜିଲ୍ଲା ତରଭା ଥାନାର ରେଙ୍ଗସା ଗ୍ରାମର ବିନୋଦ ବିହାରୀ ସାହୁଙ୍କୁ ମାଡ଼ ମରା ଘଟଣାରେ ବଲାଙ୍ଗିର ମୂଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହେବା ଘଟଣାର ଏତଲା ଦେବାର ୨୫ ଦିନ ଭିତରେ ୩ ଜଣ ସହଯୋଗୀ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଘଣ୍ଟାପଡ଼ା ପୋଲିସ। ଏବେ ବି ମୂଖ୍ୟ ଆସାମୀ ଫେରାର । ଗିରିଫ ଆସାମୀମାନେ ହେଲେ ପୋଡାପଦରର ରାକେନ୍ଦ୍ର ନାଏକ , ସାନ ଭାଇ ରବିନ୍ଦ୍ର ନାଏକ ଓ ତାଲବେଡ଼ାର ଲିଙ୍ଗରାଜ ଦାସ। ତଦନ୍ତ ଅଧିକାରୀ ଏସଆଇ ବଳଭଦ୍ର ଗଣ୍ଡାଙ୍କ ପ୍ରକାଶ କରିଛନ୍ତି ଯେ ମୂଖ୍ୟ ଆସାମୀ ସମେତ ସମସ୍ତ ସହଯୋଗୀଙ୍କୁ ଖୁବ ଶିଘ୍ର ଧରାଯିବ। ସେପଟେ ମୃତ ବିନୋଦର ପୁଅ ଏତେଲାକାରୀ ସୁରେଶ ସାହୁ ଘଣ୍ଟାପଡ଼ା ପୋଲିସକୁ ଧନ୍ୟବାଦ ଦେବା ସଂଗେସଂଗେ ମୂଖ୍ୟ ଆସାମୀକୁ ଶିଘ୍ର ଧରିବାକୁ ଅନୁରୋଧ କରିଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




