ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ‘ ଶିକ୍ଷାର୍ଥୀ ର ଅନ୍ତନିର୍ହିତ ଗୁଣକୁ ବିକଶିତ କରିବ ସୁରଭି’


କଣ୍ଟାମାଳ,୨୮/୧୦/୨୫(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ୍ ସରକାରୀ ମଧ୍ଯ ଇଂରାଜୀ ବିଦ୍ୟାଳୟ ପରିସରରେ ବ୍ଳକ୍ସ୍ତରୀୟ ଶିଶୁମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ୨ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ।ପରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଂଜନ ମାଳିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନଙ୍କ ସହ ବୌଦ୍ଧ ଜିଲ୍ଲା ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ସମାଜସେବୀ ଅନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ସହିତ ଶିଶୁଟିର ଅନ୍ତର୍ନିହିତ ଗୁଣକୁ ପ୍ରକାଶ କରିବା ସୁରଭି ଭଳିଆ କାର୍ଯ୍ୟକ୍ରମର ମଞ୍ଚର ଆବଶ୍ୟକତା ଉପରେ ବକ୍ତବ୍ୟରଖି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ବିଆରସିସି ଦୁର୍ଗା ଚରଣ ପ୍ରଧାନ ,ଏବିଇଓ ନିଳମଣୀ ପଣ୍ଡା , ଶ୍ରୀମତି ଲକ୍ଷ୍ମୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି ମହୋତ୍ସବରେ କଣ୍ଟାମାଳ ବ୍ଲକର ୨୨ଟି କ୍ଲଷ୍ଟରର ଛାତ୍ରଛାତ୍ରୀମାନେ ନାଚ, ଗୀତ, ଚିତ୍ରାଙ୍କନ, ବକ୍ତୃତା, କୁଇଜ ଆଦି ପ୍ରତିଯୋଗୀତା ଭାଗ ନେଇଥିଲେ।ଆସି ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟ କ୍ରମରେ ମନୋରଞ୍ଜନ ନାଏକ ମଞ୍ଚ ପରିଚାଳନା କରିଥିଲେ।ପରେ ପୁରସ୍କାର ବିତରଣୀ ସଭାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରାପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି, କଣ୍ଟାମାଳ ସରକାରୀ ମଧ୍ଯ ଇଂରାଜୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷାବିଭାଗର କର୍ମଚାରୀ ସହଯୋଗ କରିଥଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




