Breaking News

ଡିସେମ୍ବର ୨ରୁ ବୌଦ୍ଧ ପୁସ୍ତକ ମେଳା ଓ କୃଷି ଯନ୍ତ୍ରପାତି ମେଳା

ବୌଦ୍ଧ,( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ରେ ଜ଼ିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଡିସେମ୍ବର ମାସ 2 ତାରିଖ ରୁ ଡିସେମ୍ବର 6 ତାରିଖ ପର୍ଯ୍ୟନ୍ତ ଏବଂ ୨୦ତମ ପୁସ୍ତକ ମେଳା ଡିସେମ୍ବର 2 ତାରିଖ ରୁ ଡିସେମ୍ବର 7 ତାରିଖ ପର୍ଯ୍ୟନ୍ତ କଚେରୀ ପଡିଆ ଠାରେ ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ, ବୌଦ୍ଧ ବିଭୁତି ଭୂଷଣ ନାୟକ ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ କୃଷି ବିଭାଗ ପକ୍ଷ ରୁ 40 ଟି ଏବଂ ପୁସ୍ତକ ମେଳା ପାଇଁ 60 ଗୋଟି ଷ୍ଟଲ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ବୈଠକ ରେ ପୋଲିସ ବିଭାଗ ପକ୍ଷ ରୁ ଶାନ୍ତି ଶୃଙ୍ଖଳା ରକ୍ଷl, ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ଫାଷ୍ଟଏଡ଼ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା, ବିଦ୍ୟୁତ ବିଭାଗ କୁ ବିଦ୍ୟୁତ ସେବା ଯୋଗାଇବା ପାଇଁ, ବୌଦ୍ଧଗଡ଼ ଏ ନ. ଏ. ସି. ପକ୍ଷ ରୁ ସକାଳ ଏବଂ ସନ୍ଧ୍ୟା ସମୟରେ ସଫେଇ, ସ୍ୱଛତା ପାଇଁ ଫିନାଇଲ, ବ୍ଲିଚିଙ୍ଗ ପାଉଡର ବ୍ୟବସ୍ଥା, ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ପାଣି ଟ୍ୟାଙ୍କର ବ୍ୟବସ୍ଥା, ଭାରତୀୟ ଷ୍ଟେଟ ବ୍ୟାଙ୍କ, ନାବାର୍ଡ ପକ୍ଷ ରୁ ମଧ୍ୟ ଷ୍ଟଲ ଖୋଲାଯିବା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ପ୍ରଚାର, ପ୍ରସାର, ମିଡ଼ିଆ ପରିଚାଳନା ଦାୟିତ୍ୱ, ଜ଼ିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ 3 ଟି ବ୍ଲକ ରୁ 3 ଗୋଟି ରଥ ବାହାରି ଏହି କାର୍ଯ୍ୟକ୍ରମ ର ପ୍ରଚାର, ପ୍ରସାର କରିବାକୁ ଜ଼ିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲେ l ଏହି ମେଳା କୁ ସଫଳତା ର ସହ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ, ସାଂସଦ ଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ପୁସ୍ତକ ମେଳାର ଆବାହକ ଦିବ୍ୟ ରଞ୍ଜନ ପଟ୍ଟନାୟକ , କୃଷି ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ର ଜ଼ିଲ୍ଲାସ୍ତରୀୟ ଅଧିକାରୀ, ପୁସ୍ତକମେଳା ର କର୍ମକର୍ତ୍ତା ଉପସ୍ଥିତ ଥିଲେ l ସଭା ଶେଷରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି. ଭି. ରମଣ ରାଓ ସମସ୍ତ ଙ୍କ ଉପସ୍ଥିତି ଏବଂ ମତାମତ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Related Articles

Back to top button