Breaking News

ପୁରୁଣାକଟକ ରେଲୱେ ଓଭର ବ୍ରିଜ ରାସ୍ତା ସମ୍ପୂର୍ଣ କେବେ.. ଧୂଳି ରେ ଗାଧୋଇଛନ୍ତି ଜନସାଧାରଣ l

 

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଲୱେ ଷ୍ଟେସନ୍ ନିକଟ. ପୁରୁଣାକଟକ – ଧଳପୁର ମୁଖ୍ୟରାସ୍ତାକୁ ସଂଯୋଗ ଥିବା ରେଲୱେଓଭରବ୍ରିଜ୍‌ର ନିର୍ମାଣ କାମ ଏପର୍ଯ୍ୟନ୍ତସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ସମ୍ପୂର୍ଣ କେବେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ! ଅଧାପନ୍ତରିଆକାମ ହୋଇ ପଡି ରହିଛି ଏହି ଓଭରବ୍ରିଜ ରାସ୍ତା ପ୍ରଶସ୍ତ ଥିବା ବେଳେ କାମ ଅସମ୍ପୂର୍ଣ ପାଇଁ ବାଲି ଗୋଡି ବାହାରି ଦେଖା ଯାଉଛି । ବାଲି ଗୋଡି ମେଟାଲ ବାହାରି ଥିବାରୁ ସାଇକେଲ ଠାରୁ ଆରମ୍ଭ କରି ବଡ ଗାଡି ପର୍ଯ୍ୟନ୍ତ ଯିବା ଆସିବା ରେ ବାଧା ସୃଷ୍ଟି ହେଉଛି l ଏପଟେ ଯେତେବେଳେ ଖରା ହେଉଛି ଡଷ୍ଟ ଗୁଣ୍ଡ ଉଡି ସାଧାରଣ ଲୋକଙ୍କ ଆଖିରେ ପଡିବା ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଠିକା ସଂସ୍ଥା ପାଣି ବୁନ୍ଦିଏ ମଧ୍ୟ ପକାଇବା ରେ ଅସମର୍ଥ ହୋଇପଡୁଛି l ବର୍ତମାନ ଓଭର ବ୍ରିଜ କୁ ଦେଖିଲେ ଯିବାକୁ ଭୟ ଲାଗୁଚି ମେଣ୍ଟାଲ ବାହାରି ପଡିଥିବାରୁ ବଡ଼ବଡ଼ ଗାଡି ଚକା ରେ ପଥର ବାଜି ଆସି ଲୋକଙ୍କ ଦେହରେ ପଡୁଛି l ଫଳରେ ଲୋକଙ୍କ ଭିତରେ ଦିନକୁ ଦିନ ଓଭର ବ୍ରିଜ କାର୍ଯ୍ୟ କୁ ନେଇ ଅସନ୍ତୋଷ ବଢ଼ୁଛି l

Related Articles

Back to top button