Breaking News

ବୌଦ୍ଧ ରେ ଜ଼ିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ :- 

ବୌଦ୍ଧ,(ଚିତ୍ତରଞ୍ଜନ ସିଂ): ବୌଦ୍ଧରେ ସଡକ ସୁରକ୍ଷା କମିଟି ବୈଠକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ବାରମ୍ବାର ହେଉଥିବା ଦୁର୍ଘଟଣା କୁ ରୋକିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ । ବାରମ୍ବାର ସମୀକ୍ଷା ସହିତ ଦୁର୍ଘଟଣା ରୋକିବା ଦିଗରେ ବ୍ୟାପକ ସଚେତନତା ସତ୍ତ୍ୱେ ଜିଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବୈଠକରେ ଜ଼ିଲ୍ଲାପାଳ ଶ୍ରୀ ନାଏକ ଉଦବେଗ ପ୍ରକାଶ କରିଥିଲେ । ଜାତୀୟ ରାଜପଥ ବିଭାଗ ପକ୍ଷରୁ ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ସୂଚନା ଫଳକ ଓ ଜାତୀୟ ରାଜପଥ ମରାମତି କରାଯାଉ ନ ଥିବାରୁ ଜ଼ିଲ୍ଲାପାଳ ଶ୍ରୀ ନାଏକ ଓ ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଇନ ଅନୁଯାୟୀ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତବନୀ ଦେଇଥିଲେ । ଯେଉଁ ଯେଉଁ ବିଭାଗ ରାସ୍ତା, ସୋଲାର ଲାଇଟ ଲଗାଯିବା, ସାଇନେଜ କରାଯିବା, ରାସ୍ତା ଗୁଡିକର ମରାମତି ଆବଶ୍ୟକତା ରହିଛି ତୁରନ୍ତ ବ୍ୟୟ ଅଟଳଳ ପ୍ରସ୍ତୁତ କରି ଦେବାକୁ ଜିଲ୍ଲାପାଳ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ଦିଆଯାଇଥିବା ତଥ୍ୟ ମୁତାବକ ଜିଲାରେ ୬ ଗୋଟି ବ୍ଲାକସ୍ପଟ ଚିହ୍ନଟ କରାଯାଇଥିବାବେଳେ ତୁରନ୍ତ ସେଠାରେ ସୂଚନା ଫଳକ ଲାଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୋଲିସ, ଆଞ୍ଚଳିକ ପରିବହନ ବିଭାଗ,ଜାତୀୟ ରାଜପଥ ବିଭାଗ ପକ୍ଷରୁ ମିଳିତ ଭାବରେ ଯାନବାହାନ ଯାଞ୍ଚ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଦୁର୍ଘଟଣାର ଶୀକାର ହେଉଥିବା ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଦିଗରେ ଉଚିତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଆହତମାନଙ୍କୁ ଉଦ୍ଧାର କରି ଠିକ୍ ସମୟରେ ଚିକିତ୍ସାଳୟ ପହଞ୍ଚାଇଥିବା 4 ଜଣ ବ୍ୟକ୍ତିବିଶେଷଙ୍କୁ ବୈଠକରେ ପୁରସ୍କୃତ କରାଯାଇଥିବାବେଳେ ଏ ସଂପର୍କରେ ପ୍ରୋତ୍ସାହନ ଓ ସଚେତନତା କରାଯିବା ସହିତ ଡାକ୍ତରଖାନା ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅବଗତ କରାଇବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Articles

Back to top button