Breaking News

ଦ୍ୱିତୀୟ ଦିନରେ ପୁଣି 15ଏକର ପରିମିତ ଗଂଜେଇ ଗଛ ନଷ୍ଟ…. 

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) .ବୌଦ୍ଧ ଜିଲ୍ଲାରେ ଛିଣ୍ଡୁନୀ ଗଂଜେଇ ଚାଷ ର ଚେର l କଣ୍ଟାମାଳ, ବୌଦ୍ଧ ଦେଇ ଲମ୍ବୁଛି ହରଭଙ୍ଗା ବ୍ଲକ କୁ l ହରଭଙ୍ଗା ବ୍ଲକ ରପୁରୁଣାକଟକ ରେଞ୍ଜ ଚାରିଛକ ସେକ୍ସନ ରେ ହୋଇଛି ବିପୁଳ ଗଞ୍ଜେଇ ଚାଷ । ଜଙ୍ଗଲ କାଟି ପଦା କରି ସାରିଲେଣି ଗଞ୍ଜେଇ ମାଫିଆ । ମାଫିଆ ଙ୍କୁ ସହଯୋଗ କରୁଛନ୍ତି କି??ବନ କର୍ମଚାରୀ ସାଧାରଣ ରେ ହେଊଛି ଚର୍ଚ୍ଚା । ସୂଚନାମୁତାବକ ଚାରିଛକ ସେକ୍ସନ ର ଘୋଡାଡିଆଁ ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ହୋଇଥିଲା ବିପୁଳ ଗଞ୍ଜେଇ ଚାଷ । ବୌଦ୍ଧ ଜିଲ୍ଲାରୁ ଗଂଜେଇ ମୁକ୍ତ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ଗଂଜେଇ କାଟ ଅଭିଯାନ ଆରମ୍ଭ କରିଥିବା ବେଳେ ପୁରୁଣାକଟକ ପୋଲିସ ଓ ହରଭଙ୍ଗା ପୋଲିସ ଓ ବନ ବିଭାଗ ର ମିଳିତ ଉଦ୍ୟମ ରେ ବିଭିନ୍ନ ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଜାରି କରିଥିଲା l ଗତ କାଲି ଘୋଡ଼ାଡ଼ିଆ ଗାଁ ନିକଟରେ ଥିବା ସଂରକ୍ଷୀତ ଜଙ୍ଗଲ ସମେତ ଗାଁ ର ଗୋଚର ଜଗାରେ ହୋଇଥିଲା ଗଞ୍ଜେଇ ଚାଷ ୫ ରୁ ୬ ଟି ସ୍ଥାନ ରୁ ଗଂଜେଇ ଗଛ କାଟି ନଷ୍ଟ କରିଛି ପୋଲିସ । ଦ୍ୱିତୀୟ ଦିନ ମଙ୍ଗଳବାର ପୁଣି ଉକ୍ତ ଅଂଚଳ ରୁ ପ୍ରାୟ 15 ଏକର ପରିମିତ ଜଙ୍ଗଲ ଜମିରେ ହୋଇଥିବା ଗଂଜେଇ ଗଛ ନଷ୍ଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l କେବଳ ସେତିକି ନୁହେଁ କଣ୍ଟାମାଳ ଅଂଚଳ ରେ ଯେପରି ସହ ସହ ଏକର ଜଙ୍ଗଲ ନଷ୍ଟ କରି ଗଂଜେଇ ଚାଷ ହେଊଛି ହରଭଙ୍ଗା ବ୍ଲକ ରେ ତାହାର ପୁନରାବୃତ୍ତି ହେଊଛି l ଫୁଟ ପେଟ୍ରୋଲିଙ୍ଗ ବନ ବିଭାଗ ପକ୍ଷରୁ ହେଉଥିବା ବିଭାଗୀୟ ଅଧିକାରୀ ସଫେଇ ଦେଉଥିବା ବେଳେ ଗଞ୍ଜାଇ ଗଛ ପ୍ରାପ୍ତ ବୟସ ପର୍ଯ୍ୟନ୍ତ କେମିତି ଜଙ୍ଗଲ ରେ ସୁରକ୍ଷିତ ହୋଇ ରହୁଛି ଏହା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି l ନା ବିଭାଗ କୁ ହାତ ଗୁଂଜା ଦେଇ ଗଂଜେଇ ଚାଷ ହରଭଙ୍ଗା ବ୍ଲକ ରେ ବଳ ସାଉଣ୍ଟୁଛି??. ଅନ୍ୟ ପଟେ ହରଭଙ୍ଗା ଥାନା ଅଂଚଳ ର ବିଭିନ୍ନ ଜଙ୍ଗଲ ରେ ପୂର୍ବରୁ ଗଂଜେଇ ଚାଷ ହେଉଥିବା ବେଳେ ଉକ୍ତ ସ୍ଥାନ ଗୁଡିକୁ ଓ ନାଳ ନିକଟ ଅଂଚଳ ରେ ଅପରେସନ ଜାରି କରିବା ଜରୁରୀ ହୋଇ ପଡିଛି l ଘୋଡାଡିଆଁ ଜଙ୍ଗଲ ଅଂଚଳ ରେ ଗଂଜେଇ ଚାଷ କୁ ନେଇ ବର୍ତମାନ ବୁଦ୍ଧି ଯିବି ଓ ସାଧାରଣ ରେ ଅନେକ ପ୍ରଶ୍ନ ବାଚି ସୃଷ୍ଟି ହେଉଥିବା ବେଳେ ଉକ୍ତ ସେକ୍ସନ ର ବନପାଳ କାମ୍ପା ଦୁର୍ନୀତି ଭଳି ଭିତିରିଆ ଗଂଜେଇ ଚାଷ କୁ ସୁରକ୍ଷା ଦେଉଛନ୍ତି କି ବୋଲି ଅଂଚଳ ରେ ଚର୍ଚ୍ଚା ଜୋର ଧରିଛି l ଏହି ଗଂଜେଇ କଟା ଅଭିଯାନ ରେ ପୁରୁଣାକଟକ ରେଞ୍ଜ ବନବିଭାଗ କର୍ମଚାରୀ ସମେତ ରାଜସ୍ୱ ବିଭାଗ କର୍ମଚାରୀ, ପୁରୁଣା କଟକ ଥାନା ପୋଲିସ ପକ୍ଷରୁ ଏକ 20ଜଣ କର୍ମଚାରୀ ଓ ଆଇ ଆର ବି ଯବାନ, ହରଭଙ୍ଗା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ, ଏସ ଆଇ ପ୍ରକାଶ ଭୋଇ,ଚନ୍ଦନ ଜେନା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ରହିଥିଲେ l

Related Articles

Back to top button