Breaking News

ଅଲିଭା ମହସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ…

 

ହରଭଙ୍ଗା (ରୁପେଶ କୁମାର ମହାକୁଡ) ଦି ହଙ୍ଗର ପ୍ରୋଜେକ୍ଟ ତରଫରୁ ଅଲିଭା ମହାସଂଘ ଓ ବ୍ଲକ୍ ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହରଭଙ୍ଗା ବ୍ଲକର APO ହେମନ୍ତ କୁମାର ପ୍ରଧାନ , ମିଶନ ଶକ୍ତି BPC ବିଶ୍ଵ ଭୂଷଣ କହଁର, ଓଡ଼ିଶା ଜୀବନ ଜୀବିକା ମିଶନ bpm ସୁଧୀର ଜେନା ଉପସ୍ଥିତ ଥିଲେ । ଏହି ସଭାରେ ପ୍ରତିଭାଗି ଭାବରେ ପଞ୍ଚାୟତର ମହିଳା ଜନପ୍ରତିନିଧି ଅଂଶଗ୍ରହଣ କରିଥିଲେ। କ୍ଷେତ୍ର ସହଯୋଗୀ ସୁପ୍ରିୟା ଦେହୁରୀ ସ୍ବାଗତ କରିଥିଲେ ଓ କ୍ଷେତ୍ର ପ୍ରଶିକ୍ଷକ ପ୍ରତାପ ମେହେର ସଭା ପରିଚାଳନା କରିଥିଲେ। ଶିକ୍ଷା , ସ୍ବାସ୍ଥ୍ୟ , ସାମାଜିକ ସୁରକ୍ଷା , ଗମାନଗମ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ମହିଳା ଜନ ପ୍ରତିନିଧି ମାନେ ନିଜ ନିଜ ଅଞ୍ଚଳରୁ ଆଣିଥିବା ବିଭିନ୍ନ ସମସ୍ୟା ଉପରେ ବ୍ଲକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଶେଷରେ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Articles

Back to top button