ପ୍ରାଇଭେଟ୍ କମ୍ପାନୀ କୁ ଜାଗା ନଦେବାକୁ ଗର୍ଜିଲେ ଧରମପୁର ପଞ୍ଚାୟତବାସୀ


ତାଳଚେର ରୁ ସିରାଜ ଖାଁନ ସମର୍ଥ ସମାଚାର
ପ୍ରାଇଭେଟ୍ କମ୍ପାନୀ କୁ ଜାଗା ନଦେବାକୁ ଗର୍ଜିଲେ ଧରମପୁର ପଞ୍ଚାୟତବାସୀ
ତାଳଚେର, ୨୭/୧୦ ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଏବଂ କଙ୍କିଳି ଗ୍ରାମ ପଞ୍ଚାୟତ ର ଜାଗା ରୁ କୋଇଲା ଖନନ ଓ ଉତ୍ତୋଳନ ପାଇଁ ରୁଙ୍ଗଟା ସନସ ପ୍ରାଇଭେଟ୍ କମ୍ପାନୀ ଟେଣ୍ଡର ପାଇଥିବା ବେଳେ ପ୍ରାଇଭେଟ୍ କମ୍ପାନୀ କୁ ଜମି ଦେବେ ନାହିଁ ବୋଲି 3 ଖଣ୍ଡ ପଞ୍ଚାୟତ ର ଲୋକମାନେ ପୂର୍ବରୁ ନିଷ୍ପତ୍ତି ନେବା ସହ ଅନେକ ବୈଠକ ମଧ୍ଯ ଅନୁଷ୍ଠିତ ହୋଇ ଯାଇଛି। ତାପରେ ମଧ୍ଯ ଦ୍ବାରା ରୁଙ୍ଗଟା କମ୍ପାନୀ ବୋର୍ୱେଲ୍ ସର୍ଭେ ଓ ଡ୍ରିଲିଂ ନିମନ୍ତେ କାର୍ତ୍ତିକେୟ ଡ୍ରିଲିଂ କମ୍ପାନୀ କୁ ଦାୟିତ୍ଵ ଦେଇ ଧରମପୁର ଗ୍ରାମର କିଛି ଲୋକଙ୍କୁ ନେଇ ଏକ ମିଟିଂ କରି ବୋରିଂ କାମ କରିବାକୁ ଚାହୁଁଛି । ଯାହାକୁ ନେଇ ଅଞ୍ଚଳ ବାସୀ ବର୍ତମାନ ସେହି ଡ୍ରିଲିଂ କାର୍ଯ୍ୟକୁ କରେଇ ନ ଦେବା ସହ ପ୍ରାଇଭେଟ୍ କମ୍ପାନୀ ଦ୍ବାରା ଆମେ ଜମି ଅଧିଗ୍ରହଣ କରିବାକୁ କେବେ ବି ଦେବୁନାହିଁ ବୋଲି ଆଜି ବୈଠକ ରେ ଦୃଢ଼ ବିରୋଧ କରିଛନ୍ତି । ପୂର୍ବରୁ ଅନେକ ବୈଠକ ହୋଇଥିବା ବେଳେ ତାଳଚେର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ମଧ୍ଯ ପ୍ରଭେଇଟ କମ୍ପାନୀ ର କୌଣସି କାର୍ଯ୍ୟ ହେବନାହିଁ ବୋଲି ଏକ ସାଧାରଣ ଆଲୋଚନା ହୋଇଥଲା।ଉପ ଜିଲ୍ଲାପାଳ ନିଜେ ଦୁଇଟି ପଂଚାୟତ ଅର୍ଥାତ୍ ଧରମପୁର ଓ କଙ୍କିଳି ର ଲୋକମାନଙ୍କ ଉପସ୍ଥିତି ରେ ଡ୍ରିଲିଂ କମ୍ପାନୀ ସହ କଥା ହେବା ପରେ ଯଦି ସମସ୍ତେ ରାଜି ତେବେ ଡ୍ରିଲିଂ ହେବ ନଚେତ୍ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ତେବେ କିଛି ବ୍ୟକ୍ତି କମ୍ପାନୀ ସହ ହାତ ମିଶାଇ ବର୍ତମାନ ଧରମପୁର ଅଞ୍ଚଳରେ ଡ୍ରିଲିଂ କାର୍ଯ୍ୟ କରିବାକୁ କାର୍ତ୍ତିକେୟନ୍ କମ୍ପାନୀ ଅନେକ ପ୍ରୟାସ କରୁଛି ତାହାକୁ ଅଞ୍ଚଳବାସୀ ଦୃଢ଼ ବିରୋଧ କରିଛନ୍ତି।




