Breaking News

କ୍ଲଷ୍ଟର ସ୍ତରୀୟ ଖେଳକୁଦ ପ୍ରତିଯୋଗିତା 

 

କଣ୍ଟାମାଳ:-୨୭/୧୦/୨୫ (ପ୍ରଭାତ କୁମାର ସାହୁ) କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତ ଓ ଘଣ୍ଟାପଡ଼ା ସମଲେଶ୍ଵରୀ ସ୍ଫୋର୍ଟିଙ୍ଗ କ୍ଲବ୍ ମିଳିତ ସହଯୋଗରେ ଘଣ୍ଟାପଡ଼ା ହାଇସ୍କୁଲ ଖେଳପଡିଆରେ କ୍ଲଷ୍ଟର ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟ କ୍ରମରେ ଫୁଟବଲ୍, କବାଡି, ଦୌଡ଼, ଧୀର ସାଇକେଲ ଚାଳନା ଆଦି ବିଭିନ୍ନ ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମେରା ଯୁବା ଭାରତର ଆସମାନ ମହାକୁଡଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସମଲେଶ୍ଵରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୀତବାସ ପଣ୍ଡା ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଦେବେନ୍ଦ୍ର ନାଥ ରଣା ଓ ଘଣ୍ଟାପଡ଼ାର ବରିଷ୍ଠ ଖେଳାଳି ରୁଷଭ ମାଝୀ ପ୍ରମୁଖ ଫୁଟବଲ ଖେଳକୁ ଉଦଘାଟନକରିଥିଲେ।ବିଡମ୍ବନାର ବିଷୟ ସରକାରଙ୍କ ଏପରି ମହତକାଂକ୍ଷୀ କାର୍ଯ୍ୟକୁ ଖାମଖିଆଲି ଭାବେ ମେରା ଯୁବ ଭାରତର କାର୍ଯ୍ୟକର୍ତ୍ତା ଖେଳ ଶେଷ ପର୍ଯ୍ୟନ୍ତ ନ ରହିବା ପରିତାପର ବିଷୟ। କିନ୍ତୁ ବୌଦ୍ଧ ଜିଲ୍ଲା ସୂଚନା ଭବନକୁ କୃତୀ ଯୁବକଯୁବତି ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିବା ରିପୋର୍ଟ ପ୍ରଦାନ କରିଛନ୍ତି। କିନ୍ତୁ କାହାରିକୁ ମାନପତ୍ର କିମ୍ଵା ଟ୍ରଫି ଦିଆଯାଇନାହିଁ ।ବାସ୍ତବରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଆମ୍ରସାତ କରୁଥିବା କ୍ରୀଡ଼ାପ୍ରେମୀ ପ୍ରକାଶ କରିଛନ୍ତି। ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ସଞ୍ଜୀବ ସାହୁ, ମନ୍ଦାଗିନି ବଗର୍ତ୍ତି, ଖାଯୁର୍ ମହମ୍ମଦ, ସୁଶାନ୍ତ ବାଘ ପ୍ରମୁଖ ପରିଚାଳନା କରିଥିଲେ l କ୍ଲବ୍ ରଉପଦେଷ୍ଟା ଗିରିଧାରୀ ରଣା, ପ୍ରଭାସ କହଁର ପ୍ରମୁଖ ସହଯୋଗ କରୁଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button