Breaking News

ବିପୁଳ ପରିମାଣ ର ଗଂଜେଇ ଗଛ ନଷ୍ଟ କଲା ବନବିଭାଗ ଓ ପୋଲିସ

 

 

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ଗଂଜେଇ ଚାଷ ର ଚେର ଲାଗିଲାଣି ହରଭଙ୍ଗା ବ୍ଲକ ରପୁରୁଣାକଟକ ରେଞ୍ଜ ଚାରିଛକ ସେକ୍ସନ ର ମାତ୍ର ଏକ କିଲୋମିଟର ଦୂର ରେ ବିପୁଳ ଗଞ୍ଜେଇ ଚାଷ । କିନ୍ତୁ ଜାଣି ପାରୁନାହିଁ ବନ ବିଭାଗ ଜଙ୍ଗଲ କାଟି ପଦା କରି ସାରିଲେଣି ଗଞ୍ଜେଇ ମାଫିଆ । ମାଫିଆ ଙ୍କୁ ସହଯୋଗ କରୁଛନ୍ତି ବନ କର୍ମଚାରୀ । ସୂଚନାମୁତାବକ ଚାରିଛକ ସେକ୍ସନ ର ଘୋଡାଡିଆଁ ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ହୋଇଥିଲା ବିପୁଳ ଗଞ୍ଜେଇ ଚାଷ । ରେଡ଼ ମାରିଲା ପୁରୁଣାକଟକ ପୋଲିସ । ଗାଁ ନିକଟରେ ଥିବା ସଂରକ୍ଷୀତ ଜଙ୍ଗଲ ସମେତ ଗାଁ ର ଗୋଚର ଜଗାରେ ହୋଇଥିଲା ଗଞ୍ଜେଇ ଚାଷ । ପ୍ରାୟ ୫ ରୁ ୬ ଟି ସ୍ଥାନ ରୁ ଗଜେଇ କାଟି ନଷ୍ଟ କରିଛି ପୋଲିସ । ଏହି ଗଞ୍ଜେଇ କଟା ଅଭିଯାନ ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ପୁରୁଣାକଟକ ପୋଲିସ ବିପୁଳ ଗଜେଇ ଗଛ ନଷ୍ଟ କରିଛି । ଏହି ରେଡ଼ ରେ ପୁରୁଣାକଟକ ବନ କର୍ମଚାରୀ ସୁଶାନ୍ତ ସାହୁ ଙ୍କ ସମେତ ୩ଜଣ ବନ କର୍ମଚାରୀ ଓ ରାଜସ୍ୱ ବିଭାଗ କର୍ମଚାରୀ ସାମିଲ ଥିବା ବେଳେ ପୁରୁଣାପୋଲିସ ପକ୍ଷରୁ ଏକ ଟିମ ଯେଉଁଥିରେ ୧୫ଜଣ କର୍ମଚାରୀ IIC ବାଲ୍ମୀକି ପ୍ରଧାନ, SI ଚନ୍ଦନ ଜେନା ଙ୍କ ସମେତ ବୋୖଦ୍ଧ SDPO ଲରେନ୍ସ ରାଉତରାୟ ମଧ୍ୟ ଯୋଗ ଦେଇଥିଲେ l

Related Articles

Back to top button