Breaking News

ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ କୁଇଜ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା – ତା :- ୨୭/୧୦/୨୦୨୫ ରିଖ ଭଂଜପୁର ଠାରେ ମା ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଅବସରରେ ୩୧ତମ ମେଳା ନଭେମ୍ବର ୩ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଅଛି I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, କୁଇଜ, ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି I ଆଜି ସ୍ଥାନୀୟ ଭଂଜପୁର ଦୁର୍ଗା ବିବାହ ମଣ୍ଡପରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ମୋଟ ୧୬୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବକ୍ତୃତା ପ୍ରତିଯୋଗିତାରେ ୬୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ I ବିଚାରକ ଭାବେ କୁଇଜ ପ୍ରତିଯୋଗିତାରେ ସୌମ୍ୟ ଦାଶ ଏବଂ ବକ୍ତୃତାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଲେଇ, ସନ୍ତୋଷ କୁମାର ମହାନ୍ତି ଓ ଭାଗବତ ପଣ୍ଡା କାର୍ଯ୍ୟ ତୁଲାଇଥିଲେ I ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସାଂସ୍କୃତିକ ସହ ସମ୍ପାଦକ ସତ୍ୟବ୍ରତ ଧଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I ଜଗଦିଶ ପାଣି, ଆଲୋକ ବାରିକ, ଆନିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଆସନ୍ତା କାଲି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ I

Related Articles

Back to top button