ମୟୁରଭଞ୍ଜ କଳା ଏକାଡ଼େମୀ ପକ୍ଷ ରୁ 29 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚିତ୍ରକଳା ପ୍ରତିଯୋଗିତା ର ଆୟୋଜନ


ଜିଲ୍ଲା ର ଅଗ୍ରଣୀ ଚିତ୍ର କଲା ଅନୁଷ୍ଠାନ ମୟୁରଭଞ୍ଜ କଳା ଏକାଡ଼େମୀ ପକ୍ଷ ରୁ 29 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚିତ୍ରକଳା ପ୍ରତିଯୋଗିତା ର ଆୟୋଜନ କରା ଯାଇଥିଲା ଏଥିରେ 250 ପିଲା ଭାଗ ନେଇଥିଲେ ଓ କଲ୍ୟାଣୀ ମହିଳା ସମିତି ଠାରେ 27 ତାରିଖ ଦିନ 125 ଜଣ ଙ୍କୁ ପୁରସ୍କୃତ କରା ଯାଇଥିଲା ଓ ଅନ୍ୟ ପିଲା ମାନଙ୍କୁ ସାନ୍ତନା ମୂଳକ ପୁରସ୍କାର ଦିଆ ଯାଇଥିଲା.. ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ତଥା ଜିଲ୍ଲା ଅଗ୍ରଣୀ ଚିତ୍ର ଶିଳ୍ପୀ ଚାରୁ ଚନ୍ଦ୍ର ଦାସ,ସମ୍ମାନିତ ଅତିଥି ଭାବରେ ମହେନ୍ଦ୍ର ନାଥ ଦଣ୍ଡପାଟ ଓ ବିଶିଷ୍ଟ
ସାହିତ୍ୟିକ ତଥା ମୟୁରଭଞ୍ଜ ପୁସ୍ତକ ମେଳା ର ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ସାହୁ ସଭାରେ ଯୋଗ ଦେଈଥିଲେ. ସଭା ର ପରିଚାଳନା ସଂସ୍ଥା ର ସମ୍ପାଦକ ସ୍ୱରୂପକୁମାର ନାୟକ, ମୋନାଲିଶା ନାୟକ ଓ ଅମ୍ରିତ ହୋତା ସହଯୋଗ କରିଥିଲେ.ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇଥିବା ପିଲା ଙ୍କ ମଧ୍ୟରେ ଶୁଭଙ୍କର ପ୍ରତିହାରୀ, ଏମ ସାଇ ପ୍ରୀତି, ଏମ ସାଇ ଜ୍ୟୋତି, ପିୟୁଷ ପ୍ରିତମ ସାହୁ, ଦେବସ୍ମିତା ପାରମନିକ, ସାଇ ସତ୍ୟମ ମହାନ୍ତ କନିଷ୍ଠ ବିଭାଗରେ ଗରିମା ମହାପାତ୍ର, ବନିତା ରଣା, ଇନ୍ଦ୍ରନୀଲ ଭୌମିକ, ସଞ୍ଜନା ମହାନ୍ତ, ଅଭିନନ୍ଦନ ସିଂ, ମୋନାଲିସା ବେରା, ସାଇପ୍ରତ୍ୟୁଷା ବଂଶୀୟାର, ଜୟସ୍ମିତା ପାରମାନିକ, କୀର୍ତିରାଜ ବେହେରା ଆଦି ପୁରସ୍କୃତ ହୋଇଥିଲେ.




