Breaking News

ସ୍ଵର୍ଗତ କବିରାମ ଜଗତଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଶ୍ରଦ୍ଧାଞ୍ଜଳୀ ଦେବା ସହ ପରିବାର ଲୋକଙ୍କୁ ୧୦୪୦୦ଟଙ୍କା ସହାୟତା ଦେଲେ ସିନାପାଲି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ର ଶ୍ରୀଯୁକ୍ତ କବିରାମ ଜଗତ ଚଳିତ ମାସ ୧୮ତାରିଖ ଦିନ ବୁର୍ଲା ମେଡିକାଲ ରୁ ଫେରୁଥିବା ସମୟରେ ବଲାଙ୍ଗିର ଜାମସର ନିକଟରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି।ସେ ସିନାପାଲି ଗୋଷ୍ଠିଶିକ୍ଷା ଅଧିନ ତଲାକୋଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ।ସେ ଜଣେ ଉତ୍ତମ ପରୋପକାରୀ ମିଷ୍ଟଭାଷୀ ଶାନ୍ତ ସରଳ ବ୍ୟକ୍ତି ଥିଲେ। ସ୍ବର୍ଗତ ଶ୍ରୀ କବିରାମ ଜଗତ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଗୋବିନ୍ଦପୁର ଙ୍କ ଦଶାହ କ୍ରିୟା ରେ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ( ଏକ୍ସ କ୍ୟାଡର ), ସିନାପାଲି ର କର୍ମକର୍ତା ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ଙ୍କୁ ଆଶ୍ୱାସନା ଦେଇ ସଂଘ ତରଫ ରୁ 10400 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ବେଣୁଧର ନାଏକ ( ସମ୍ପାଦକ )ଖଗେଶ୍ୱର ମେହେର ( ଉପ ସଭାପତି )ଆଲୋକ ରଞ୍ଜନ ପାଣିଗ୍ରାହୀ ( ଉପ ସଭାପତି )ହୀରାଲାଲ ସାହୁ ( ମେଡ଼ିଆ କୋ ଅର୍ଡିନେଟର )ଅନ୍ୟାନ୍ୟ ଶିଷକ ଦଶରଥ ଦଣ୍ଡସେନା, ଲକ୍ଷ୍ମଣ ହରିଜନ, ମକରଧ୍ଵଜ ନାଏକ, କ୍ରାନ୍ତି ବାଗ, ବେଦବ୍ୟାସ ବାଗ, ଚୈତନ୍ୟ ମାଝୀ, ଯୁଗେ ହରିଜନ,ଟୀକଧର ହରିଜନ,ଯଯାତିକେଶରୀ ନାରାୟଣ ଜାଲ, କୋଦଣ୍ଡପାଣି ମାଝୀ ପ୍ରମୁଖ ଶ୍ରଦ୍ଧାଞଜଳୀ ସଭାରେ ଯୋଗ ଦେଇ ଶ୍ରୀ ଜଗତଙ୍କ ଅମର ଆତ୍ମା ସତଗତି ପାଇଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।

Related Articles

Back to top button