ବୌଦ୍ଧ ଜିଲ୍ଲା ଗସ୍ତରେ ଉତ୍ତରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶିକା, ଜିଲ୍ଲା ପାଠାଗାର ଓ କାର୍ଯ୍ୟାଳୟ କଲେ ପରିଦର୍ଶନ :-


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉତ୍ତରାଞ୍ଚଳ ର ଉପ ନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାଶ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ଓ ଜିଲ୍ଲା ପାଠାଗାର ପରିଦର୍ଶନ କରିଛନ୍ତି | ଏଥି ସହିତ କାର୍ଯ୍ୟାଳୟ ଏବଂ ପାଠାଗାର ର ସମସ୍ତ ନଥିପତ୍ର ତଦାରଖ କରିଥିଲେ । ଶ୍ରୀମତୀ ଦାଶ ଜିଲ୍ଲା ପାଠାଗାରକୁ ଆସିଥିବା ପାଠକ ପlଠିକା ମାନଙ୍କ ସହ ବିଭିନ୍ନ ସୁବିଧା, ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ | କାର୍ଯ୍ୟାଳୟ ପରିସରରେ ଥିବା ଖାଲି ସ୍ଥାନରେ ଏକ ଇ- ଲାଇବ୍ରେରୀ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ | ଏଥି ସହିତ ଜିଲ୍ଲା ପାଠାଗାର ପରିସର ର ପରିଷ୍କାର, ପରିଛନ୍ନତା ପ୍ରତି ସବୁବେଳେ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ସମେତ କାର୍ଯ୍ୟାଳୟର ଗ୍ରନ୍ଥାଗlରିକ ଅକ୍ଷୟ କୁମାର ମହାକୁଡ, ଜିଲ୍ଲା ପାଠାଗାର ର କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି, ବୀର କିଶୋର କର୍ମୀ , ପାଠାଗାର ର ପାଠକ, ପାଠିକା ଉପସ୍ଥିତ ଥିଲେ l




