Breaking News
ପାଲା ମାଧ୍ୟମରେ ମାଣ୍ଡିଆ ଚାଷର ସଚେତନତା କାର୍ଯ୍ୟକ୍ରମ


କଣ୍ଟାମାଳ, ୨୭/୧୦ (ପ୍ରଭାତ କୁମାର ସାହୁ) ସୋମବାର ଦିନ ଓଡିଶା କୃଷି ବିଭାଗ ଏବଂ ସ୍ବେଛାସେବୀ ଅନୁଷ୍ଠାନ ୱାଇ. ସି.ଡ଼ି.ଏ ର ମିଳିତ ସହଯୋଗ ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଂଚାୟତର ଢେକଲମୁଣ୍ଡା ଗ୍ରାମରେ ଶୁଭାରମ୍ଭ ହେଲା ପାଲା ମାଧ୍ୟମରେ ମାଣ୍ଡିଆ ଚାଷର ସଚେତନତା କାର୍ଯ୍ୟକ୍ରମ। ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ଅନ୍ନ ଅଭିଯାନ ର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କାର୍ଜି, ବ୍ଲକ ସଂଯୋଜକ ଶୁଭ୍ରାଂଶୁ ସାହୁ, ଭି.ଏ. ଡବ୍ଲୁ କ୍ଷୀରୋଦ ତାଣ୍ଡି, ୱାଇ ସି ଡ଼ି ଏ କଣ୍ଟାମାଳ ର ପ୍ରୋଗ୍ରାମ ମ୍ୟାନେଜର ପୂର୍ଣଚନ୍ଦ୍ର ଖଟୁଆ ଏବଂ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟି କଣ୍ଟାମାଳ ବ୍ଲକ ର ବିଭିନ୍ନ ଗାଁ ମାନଙ୍କରେ ମାଣ୍ଡିଆ ଚାଷ ଏବଂ ମାଣ୍ଡିଆ ଖାଦ୍ୟ ର ଉପକାରିତା ଉପରେ ଲୋକଙ୍କୁ ସଚେତନତା କରେଇବା ସହ ମାଣ୍ଡିଆ ଚାଷ ପାଇଁ ଲୋକଙ୍କୁ ଉତ୍ସାହିତ କରିବ। ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ହୋଇଥିଲା।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




