Breaking News

RSS ର ଖଣ୍ଡ ସମନ୍ୱୟ ବୈଠକ l

 ବୌଦ୍ଧ ( ଚିତ୍ତରଞ୍ଜନ ସିଂହ)

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶତାବ୍ଦୀ ବର୍ଷ ପାଳନ ଦୃଷ୍ଟିରୁ, ସପ୍ତ ସୂତ୍ରୀ କାର୍ଯ୍ୟକ୍ରମ ଓ ପଞ୍ଚ ପରିବର୍ତ୍ତନ ବିଚାର ର ଯୋଜନା, ସଂଘ ବର୍ଷ ତମାମ ପାଳନ କରିବାକୁ ନିଷ୍ପତି ନେଇଛି l ପ୍ରଥମ କାର୍ଯ୍ୟକ୍ରମ, ବିଜୟା ଦଶମୀ ଉତ୍ସବ, ଦିବ୍ୟ,ଓ ଭବ୍ୟ ରୂପେ ସମସ୍ତଙ୍କର ସହଯୋଗ ରେ ପାଳନ କରାଯାଇଥିଲା l

ବର୍ତ୍ତମାନ, ଶତାବ୍ଦୀ ବର୍ଷ ର 2 ୟ କାର୍ଯ୍ୟକ୍ରମ, ସଂଘ ର ବିଚାର କୁ, ଘରେ ଘରେ ପହଞ୍ଚାଇବା ପାଇଁ କିଛି ସଂଘ ପୁସ୍ତିକା, କର ପତ୍ରକ ଓ ଯୋଜନା ର ରୂପରେଖ କୁ ନେଇ, ସ୍ୱୟଂସେବକ ଭାଇ ମlନେ, ଗୃହ ସମ୍ପର୍କ ଅଭିଯାନ କରିବା ପାଇଁ ନିଷ୍ପତି ନିଆଯାଇଛି l

ସଂଘ ର ସମନ୍ୱୟ ବୈଠକ ର ବିଭିନ୍ନ ଆନୁସାଙ୍ଗିକ 9 ଟି ବିବିଧ କ୍ଷେତ୍ର ର 96 ଜଣ ଭାଇ ଓ 36 ଜଣ ଭଉଣୀ କାର୍ଯ୍ୟକର୍ତ୍ତା ଙ୍କୁ ନେଇ, ସରସ୍ବତୀ ଶିଶୁ ମନ୍ଦିର, ପୁରୁଣାକଟକ ଠାରେ, ମାନନୀୟ ଜ଼ିଲ୍ଲା ସଂଘଚlଳକ, ଶ୍ରୀ ସୂର୍ଯ୍ୟକାନ୍ତ ଦଳବେହେରା ଓ ମାନନୀୟ ସହ ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ, ଶ୍ରୀ ଖଗେଶ୍ୱର ବେହେରା ଙ୍କ ମାର୍ଗ ଦର୍ଶନ ଥିଲା l

କଥା ପ୍ରସଙ୍ଗ ରେ କହିଲେ ଯେ, ନଭେମ୍ବର 11 ରୁ December 11 ପର୍ଯ୍ୟନ୍ତ, 1 ମାସ କାଳ, ଘରକୁ ଘର ସମ୍ପର୍କ କରି, ଖଣ୍ଡରେ ଥିବା 362 ଗ୍ରାମର ପ୍ରାୟ 26405 ଘରକୁ ଘର ର ସଂଘ ର ବିଚାର କୁ, ସ୍ୱୟଂସେବକ ଭାଇ ଓ ଭଉଣୀ ମlନେ ପହଞ୍ଚାଇବେ l

ଏଣୁ ତାର ପୂର୍ବରୁ ଖଣ୍ଡରେ ଥିବା 22 ଟି ଗ୍ରାମ ପଂଚାୟତ କୁ ଭାଗ କରି ଯେଉଁ 7 ଟି ମଣ୍ଡଳ ର ସ୍ୱରୂପ ଦେଇ, ଗଠନ କରାଯାଇଛି, ତାର ବୈଠକ କରି ସମିତି ଗଠନ କରିବାର ଅଛି l

ସେହି ସମିତି ଙ୍କ ମାର୍ଗ ଦର୍ଶନ ରେ, ବର୍ଷ ତମାମ, ଶତାବ୍ଦୀ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଚାଲିବ l ଏଣୁ ମାନନୀୟ ସର ସଙ୍ଘଚlଳକ, ମୋହନଜୀ ଭlଗବତ ଙ୍କ ଆଗ୍ରହ କ୍ରମେ, ସବୁ ଉତ୍ସବ ମଣ୍ଡଳ ସ୍ତରରେ ହି ପାଳନ କରାଯାଇ, ବ୍ୟକ୍ତି ଠାରୁ ବ୍ୟକ୍ତି ପର୍ଯ୍ୟନ୍ତ, ସଂଘ ବିଚାର ରେ ଯୋଡିବା l

ସଂଘ ଶତାବ୍ଦୀ ଦୃଷ୍ଟିରୁ 7 ଟି ମୁଖ୍ୟ କାର୍ଯ୍ୟକ୍ରମ :-

1.ବିଜୟା ଦଶମୀ ଉତ୍ସବ ପାଳନ( ପୂର୍ଣ୍ଣ ଗଣବେଶ ସହ ଉତ୍ସବ ପାଳନ )

2.ଗୃହ ସମ୍ପର୍କ ଅଭିଯାନ. (ନଭେମ୍ବର 11 ରୁ ଡ଼ିସେମ୍ବର 11)

3.ପ୍ରତ୍ୟକ ମଣ୍ଡଳ ସ୍ତରରେ ହିନ୍ଦୁ ସମ୍ମିଳନୀ (ସାଧୁ, ସନ୍ଥ, ବିଚାରର ବ୍ୟକ୍ତି ଙ୍କୁ ନେଇ ପଞ୍ଚ ମହାଯଜ୍ଞ )

4.ବୁଦ୍ଧିଜୀବୀ ସମ୍ମିଳନୀ 

5.ପ୍ରତ୍ୟକ ଖଣ୍ଡ ସ୍ତରରେ, ସଦଭାବନା ବୈଠକ l ସବୁ ଜାତିର ମୁଖିଆ ଙ୍କୁ ନେଇ ବିଚାର ଓ ବିମର୍ଶ କରିବା l

6.ଯୁବା ସମ୍ମିଳନୀ ( ବିଦ୍ୟାଳୟ ସ୍ତର ରୁ ନେଇ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଭାଇ ଓ ଭଉଣୀ ଙ୍କୁ ନେଇ କାର୍ଯ୍ୟକ୍ରମ)

7.ସଂଘ ର ଶାଖା ବିସ୍ତାର l

ପଞ୍ଚ ପରିବର୍ତ୍ତନ:-

1.ପାଣି ବଞ୍ଚାଇବା, ପ୍ଲାଷ୍ଟିକ ହଟାଇବା, ଫଳ, ଫୁଲ ଓ ଛାଇ ଦେଉଥିବା ଗଛ ଲଗାଇବା l

2.ସାମାଜିକ ସମରସତl:-

ସବୁ ଜାତି, ପନ୍ଥ ଙ୍କୁ ( ପଥ, ପ୍ରାନ୍ତ, ମନ୍ଦିର, ପାଣି, ଶ୍ମଶlନ, ରେ ଭାଗିଦାରୀ ରହୁ )

3.କୁଟୁମ୍ବ ପ୍ରବୋଧନ:-

ବୟସ୍କ ଙ୍କୁ ସଂମ୍ମାନ ଦେଇ, ଆଗ୍ରହ ରେ ସେବା କରି ଘରେ ରଖିବା l ଯାହାଦ୍ୱାରା ଆଉ ବିଦେଶୀ ବିଚାର ର ବୃଦ୍ଧାଶ୍ରମ ପ୍ରଥା ଚଳିବ ନାଇଁ l ନିଜ ଘରୁ ଆରମ୍ଭ କରିବା l

4.ସ୍ଵ- ସ୍ବଦେଶୀ ବିଚାର କୁ ପରିତ୍ୟାଗ କରି, ନିଜର ସଂସ୍କୃତି କୁ ପ୍ରାଧାନ୍ୟ ଦେବା ଦରକାର l ବିଦେଶୀ ବସ୍ତୁ କୁ ବର୍ଜନ କରି, ସ୍ବଦେଶୀ କୁ ଆପଣେଇବା ଓ ଭାରତ ର GDP କୁ ସହଯୋଗ କରି, ବିଶ୍ୱ ରେ ଭାରତର ଆର୍ଥିକ ସ୍ଥିତି କୁ ସୁଦୃଢ କରିବା କଥା ରଖିଲେ l ସ୍ଵ ପରାକ୍ରମ କୁ ମନେ ପକାଇବା l ଭଜନ, ଭୋଜନ, ଭବନ, ଭ୍ରମଣ, ଭାଷା, ଭୁଷା,( 6 ଭ) କୁ, ସବୁ ପରିବାର ମିଶି ପାଳନ କରିବା l

5.ନାଗରିକ କର୍ତ୍ତବ୍ୟ :- ଲୋକ କହନ୍ତି, କିନ୍ତୁ କରନ୍ତି ନାଇଁ l ଦେଶର ସମ୍ଭିଧାନ, ତ୍ରିରଙ୍ଗା ପତାକା ଓ ରାଷ୍ଟ୍ର ଗାନ କୁ ମାନିବl l ସରକାର ଓ ସମାଜ ଙ୍କ ନିୟମ ପାଳନ କରିବା l ମୋବାଇଲ ବ୍ୟବହାର କମ କରିବା l ସତ୍ୟା ସତ୍ୟ କୁ ପରଖି କମେଣ୍ଟ ଦେବା l

ଏଥିରେ, ଜ଼ିଲ୍ଲା କୁଟୁମ୍ବ ପ୍ରୋବଧନ ପ୍ରମୁଖ, ବାଳକୃଷ୍ଣ ଭାଇ, ସାମୁହିକ ଗୀତ

ଗାଇ ଥିଲେ l

ଜ଼ିଲ୍ଲା ପ୍ରଚାର ପ୍ରମୁଖ ଓ ଶିକ୍ଷ୍ୟା ବିକାଶ ସମିତି ଙ୍କ ଜ଼ିଲ୍ଲା ସାମାଜିକ ସଦସ୍ୟ, ମାନନୀୟ ରଘୁ ଭାଇ, ଖଣ୍ଡ ସମନ୍ୱୟ ବୈଠକ ର ଉଦେଶ୍ୟ କଥା ରଖି ଥିଲେ l

ଖଣ୍ଡ ସଂଘଚlଳକ, ରାଜୁ ଭାଇ, ମଞ୍ଚ ପରିଚାଳନା କରିଥିଲେ l

ଜ଼ିଲ୍ଲା ସମ୍ପର୍କ ପ୍ରମୁଖ, ମାନନୀୟ ସରୋଜ ଭାଇ, ସମସ୍ତ ବିବିଧ କାର୍ଯ୍ୟକର୍ତ୍ତା ଙ୍କୁ ହାର୍ଦ୍ଦିକ କୁତ୍ତଜ୍ଞାତା ଜ୍ଞାପନ କରି, ଅଧିକ ରୁ ଅଧିକ ସଂଖ୍ୟା ରେ ଯୋଡି ହେବାକୁ ଆଗ୍ରହ ରଖି ଥିଲେ l

Related Articles

Back to top button