ଆମ୍ବଗାଁ ହାଇସ୍କୁଲରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ


କଣ୍ଟାମାଳ,୨୫।୧୦।୨୫(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଆମ୍ବଗାଁ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଣ୍ଟାପଡା ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶୁକଦେବ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଘଣ୍ଟାପଡ଼ା ଥାନା ତରଫରୁ ଏସଆଇ ବିଶ୍ଵାମିତ୍ର ଲୋଇ ମୁଖ୍ୟ ସଚେତକ ଭାବରେ ଯୋଗ ଦେଇ ସାଇବରରେ ଠକେଇ ଏବଂ ଏହାର ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବରେ ବୁଝାଇ ଥିଲେ l କମ୍ପ୍ୟୁଟର, ମୋବାଇଲ ଓ ଇଣ୍ଟର୍ନେଟ ଦ୍ଵାରା ନୂଆ ନୂଆ ପ୍ରଣାଳୀରେ କିପରି ଠକେଇ ହେବାର ସମ୍ଭାବନା ଓ ତାକୁ କିପରି ପ୍ରତିହତ କରାଯାଇ ପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।ସହକାରୀ ଶିକ୍ଷକ ଦେବାଶିଷ ଥନାପତି ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଘଣ୍ଟାପଡା ଥାନା କର୍ମଚାରୀ ଉପସ୍ଥିତ କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




