Breaking News

କଣ୍ଟାମାଳରେ ମୁଁ ଅଦ୍ଵିକା ଅବସରରରେ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ l   

 କଣ୍ଟାମାଳ, ୨୫/୧୦/୨୫(ପ୍ରଭାତ କୁମାର ସାହୁ)କିଶୋରୀ ବାଳିକାଙ୍କ ଶାରୀରିକ,ମାନସିକ ଏବଂ ସାମାଜିକ ଅଭିବୃଦ୍ଧି ନିମନ୍ତେ ଅଦ୍ଵିକାର ବିକଳ୍ପ ନାହିଁ ବୋଲି ଶନିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ଆୟୋଜିତ ଅଦ୍ଵିକା ପ୍ରତିଭା ଅନ୍ବେଷଣ ଶିବିରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l କଣ୍ଟାମାଳ ବ୍ଲକ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ଅଦ୍ଵିକା କାର୍ଯ୍ୟକ୍ରମରେ ପ୍ରକଳ୍ପ ଅଧିକାରୀ ପଙ୍କଜିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ବରିଷ୍ଠ ସାମ୍ବାଦିକ ତଥା ସମାଜାସେବୀ ଦିବ୍ୟଶଙ୍କର ରାଉତ ଯୋଗଦେଇ ଶିଶୁ ମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାର ଅନ୍ବେଷଣ ପାଇଁ ଅଦ୍ଵିତ୍ୟା ହିଁ ଏକ ପ୍ରକୃଷ୍ଠ ମଞ୍ଚ ବୋଲି କହି ଅଂଶ ଗ୍ରହଣକାରୀ ମାନଙ୍କୁ ଉତ୍ସlହିତ କରି ଥିଲେ l କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇ ଥିବା ବେଳେ ଅତିଥି ଭାବେ କଣ୍ଟାମାଳ ବିଡିଓ ସାମ୍ମି ରେଡ୍ଡୀ ଜୟଶ୍ରୀ,କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡକ୍ଟର ଜଗଦୀଶ ସେଠୀ, କଣ୍ଟାମାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଗାଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିଶୁ ସୁରକ୍ଷlର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଅଦ୍ଵିତ୍ୟାର ବିକଳ୍ପ ନାହିଁ ବୋଲି କହି ଥିଲେ l ଏହି ଅବସରରେ ଅନୁଷ୍ଠିତ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।                                

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button