Breaking News

କଣ୍ଟାମାଳ ଅଗ୍ନିଶମ ବିଭାଗ ପକ୍ଷରୁ ପଲସାଗୋରା ସ୍କୁଲରେ ମକଡ୍ରିଲ ଓ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

 

କଣ୍ଟାମାଳ, ୨୫/୧୦/୨୫ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଗ୍ନିଶମ ବିଭାଗ ପକ୍ଷରୁ ପଲସାଗୋରା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମକଡ୍ରିଲ ଓ ଅଗ୍ନି ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ବିଭାଗ ଅଧିକାରୀ ସଞ୍ଜୟ ରାଉତଙ୍କ ତତ୍ବାବଧାନରେ ବନ୍ୟା ପ୍ରପୀଡିତ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା ତଥା ବିପଦରେ ପଡିଥିବା ବ୍ୟକ୍ତିଙ୍କୁ କିପରି ଉଦ୍ଧାର କରାଯିବ ତା ଉପରେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ ଏବଂ ଅଗ୍ନି ବିପନ୍ନ ସମୟରେ କିପରି ନିଆଁକୁ ଆୟତ କରାଯାଇପାରିବ ତା ଉପରେ ଡେମୋ ଭାବରେ ଗ୍ୟାସ ସିଲିଣ୍ଡରରେ ହଠାତ ନିଆଁ ଲାଗିଗଲେ, ଘରେ ନିଆଁ ଲାଗିଗଲେ କଣ କଣ କରାଯିବ ତାର କୌଶଳ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ଅଧିକାରୀ ସଞ୍ଜୟ ରାଉତଙ୍କ ସମେତ ସମସ୍ତ ଅଗ୍ନି ଯୋଦ୍ଧା, ଶିକ୍ଷକ,ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button